କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍‌

ଭ୍ଲାଡିଭୋଷ୍ଟକ୍‌,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଇସ୍‌ଲାମାବାଦ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି।
ଦୁଇଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବୁଧବାର ପୁଟିନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କିତ ବାସ୍ତବତା ସମ୍ପର୍କରେ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖ୍‌ଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ହସ୍ତକ୍ଷେପକୁ ଉଭୟ ଭାରତ ଓ ରୁଷିଆ ବିରୋଧ କରନ୍ତି ବୋଲି ଗଣମାଧ୍ୟମକୁ ଦୁଇନେତା କହିଥିଲେ। ଭାରତ-ପାକ୍‌ ସମ୍ପର୍କ ଉପରେ ନୂଆଦିଲ୍ଲୀର ଆଭିମୁଖ୍ୟକୁ ରୁଷିଆ ଦୃଢ଼ ସମର୍ଥନ କରୁଥିବା ଗୋଖ୍‌ଲେ ସୂଚନା ଦେଇଛନ୍ତି। ମୋଦି ଓ ପୁଟିନ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଶିଖରକୁ ନେବା ଲାଗି ରାଜି ହୋଇଛନ୍ତି। ଆସନ୍ତାବର୍ଷ ମେ’ରେ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଏଥିରେ ଯୋଗଦେବା ପାଇଁ ମୋଦିଙ୍କୁ ରାଷ୍ଟ୍ରପତି ପୁଟିନ ଆମନ୍ତ୍ରଣ କରିଛନ୍ତି।
ସହାୟତାରେ ଭାରତ ଆଣବିକ ଇନ୍ଧନ ପ୍ରସ୍ତୁତ କରିପାରେ। ପ୍ରଧାନମନ୍ତ୍ରୀ ଏନେଇ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଭାରତରେ ମିଳିତ ଭାବେ ଆଣବିକ ଇନ୍ଧନ ଉତ୍ପାଦନ କରିବାର ସମ୍ଭାବନା ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏନେଇ ବୁଧବାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରୁଷିଆ ଆଣବିକ କମ୍ପାନୀ ରୋସାଟମ୍‌ ସହଯୋଗରେ ଭାରତ କୁଦନକୁଲମ ଆଣବିକ ପ୍ଲାଣ୍ଟ ନିର୍ମାଣ କରିଛି। ଏହାର ପ୍ରଥମ ଦୁଇଟି ୟୁନିଟରୁ ଉତ୍ପାଦନ ଜାରି ରହିଥିବାବେଳେ ତୃତୀୟ ଓ ଚତୁର୍ଥ ୟୁନିଟ ନିର୍ମାଣ କାର୍ଯ୍ୟ ଚାଲିଛି। ରୁଷିଆ କମ୍ପାନୀ ସହଯୋଗରେ ୨୦ ବର୍ଷ ମଧ୍ୟରେ ଭାରତରେ ଏଭଳି ୧୨ଟି ୟୁନିଟ ନିର୍ମାଣ କରାଯିବ ବୋଲି ପୁଟିନ୍‌ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରୁଷିଆ ସହିତ ବିଭିନ୍ନ କ୍ଷେତ୍ରରେ ୧୫ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଉଭୟ ସହମତ ହୋଇଛନ୍ତି। ରୁଷିଆ ସେନାବାହିନୀ ପାଇଁ ଯନ୍ତ୍ରାଂଶ ନିର୍ମାଣରେ ଭାରତ ସହାୟତା ଯୋଗାଇଦେବ। ସେହିପରି ଦୃଶ୍ୟଶ୍ରାବ୍ୟ ଯନ୍ତ୍ରାଂଶ ପ୍ରସ୍ତୁତି ଲାଗି ଦୁଇଦେଶ ମଧ୍ୟରେ ରାଜିନାମା ହୋଇଛି। ଏହାବ୍ୟତୀତ ସଡକ ପରିବହନ, ଚେନ୍ନାଇ ଓ ଭ୍ଲାଡିଭୋଷ୍ଟମ୍‌ ବନ୍ଦର ମଧ୍ୟରେ ଜାହାଜ ଚଳାଚଳ, ପରିବହନ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍‌ର ବ୍ୟବହାର, ତୈଳ ଓ ଗ୍ୟାସ ସେକ୍ଟରରେ ସହଯୋଗ, ରୁଷିଆରେ କୋକିଂ କୋଲ୍‌ ମାଇନିଂ ପ୍ରକଳ୍ପ କାର୍ଯ୍ୟକାରିତାରେ ସହଯୋଗ ଆଦି ନେଇ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri