Posted inଜାତୀୟ

କଶ୍ମୀର ଗସ୍ତରେ ଆସିଥିବା ବ୍ରିଟିଶ୍‌ ଏମ୍‌ପିଙ୍କୁ ଦିଲ୍ଲୀରୁ ଫେରାଇଦିଆଗଲା

ନୂଆଦିଲ୍ଲୀ,୧୮ା୨: ଏକ ବ୍ରିଟିଶ ପ୍ରତିନିଧି ଦଳର ନେତୃତ୍ୱ ନେଇ କଶ୍ମୀର ଗସ୍ତରେ ଆସିଥିବା ଲେବର ପାର୍ଟି ଏମ୍‌ପି ଡେବି ଆବ୍ରାହାମ୍ସଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ। ତାଙ୍କର ଇ-ଭିଜା ରଦ୍ଦ ହୋଇଥିବା ସରକାର କହିଛନ୍ତି। ତେବେ ସେ ଦିଲ୍ଲୀରେ ପହଞ୍ଚତ୍ବା ପରେ ଭିଜା ରଦ୍ଦ ସମ୍ପର୍କରେ କର୍ତ୍ତୃପକ୍ଷ ଜଣାଇଲେ ବୋଲି ଆବ୍ରାହାମ୍ସ ଟୁଇଟରରେ ଅଭିଯୋଗ କରିଛନ୍ତି। ଫେବୃୟାରୀ ୧୩ ପୂର୍ବରୁ ସେ ଏନେଇ କୌଣସି ଇ-ମେଲ୍‌ ପାଇ ନ ଥିଲେ। ଏହା ପରେ ସେ ବିଭିନ୍ନ ଗସ୍ତରେ ରହି ନିଜ କାର୍ଯ୍ୟାଳୟଠାରୁ ଦୂରରେ ଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଯଥେଷ୍ଟ ପୂର୍ବରୁ ଭିଜା ବାତିଲ ସମ୍ପର୍କରେ ଜଣାଇ ଦିଆଯାଇଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁବାଇରୁ ନୂଆଦିଲ୍ଲୀ ଆସିଥିବା ଆବ୍ରାହାମ୍ସଙ୍କୁ ପୁଣିଥରେ ଦୁବାଇ ପଠାଇ ଦିଆଯାଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଏହି ବ୍ରିଟିଶ୍‌ ଏମ୍‌ପି ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।...

କେରଳରେ ସ୍ୱାଇନ ଫ୍ଲୁ: ଯମଜ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

କୋଝିକୋଡ,୩ ।୬: କେରଳରେ ପାଦ ରଖିଲାଣି ସ୍ୱାଇନ ଫ୍ଲୁ । କୋଝିକୋଡ ଜିଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ...

କୋଭିଡ ହସ୍ପିଟାଲରେ ନିଆଁ: ଚାଲିଗଲା ୯ ଜୀବନ, ୭୦ ଉଦ୍ଧାର

ମୁମ୍ବାଇ,୨୬।୩: ମୁମ୍ବାଇର ଏକ ମଲ୍‌ରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୭୦ ରୋଗୀଙ୍କୁ...

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ...

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ...

ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା: ଲଞ୍ଚ୍‌ପ୍ୟାଡ୍‌ରେ ସୁଯୋଗ ଉଣ୍ଡି ବସିଛନ୍ତି ୨୫୦

ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରରେ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟ କଳାପ କମିବାରେ ଲାଗିଛି। ଲଗାତାର ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ସର୍ଚ୍ଚ ଅପରେଶନ୍‌ ଏବଂ ଏନ୍‌କାଉଣ୍ଟର...

Advertisement
Archives

Model This Week