Posted inଖେଳ

କଶ୍ମୀର ଖେଳାଳିଙ୍କୁ ମାଗଣା ଟ୍ରେନିଂ ଦେବାକୁ ଚାହୁଁଛନ୍ତି ଧୋନୀ

ରାଞ୍ଚି, ୧୩।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଜମ୍ମୁ-କଶ୍ମୀରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। କଶ୍ମୀରରେ ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଚାହୁଁଛନ୍ତି ଧୋନୀ। ଏହି ଏକାଡେମୀରେ ସେ ସ୍ଥାନୀୟ ଖେଳାଳିଙ୍କୁ ମାଗଣାରେ ଟ୍ରେନିଂ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତୀୟ କ୍ରୀଡା ମନ୍ତ୍ରଣାଳୟ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ବାହାରୁଛନ୍ତି। ପରଭେଜ୍‌ ରଶୁଲ, ମଞ୍ଜୁର ଡାର୍‌ ଏବଂ ରଶିଖ୍‌ ସଲାମ୍‌ ପ୍ରମୁଖ ଆଇପିଏଲ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ...

ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ…

ନୂଆଦିଲ୍ଲୀ, ୨୧।୪ (ପି.ଟି.)- କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍‌ଖା ସିଂଙ୍କ ଝିଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂଙ୍କ ବଡ଼ ଭଉଣୀ ନ୍ୟୁୟର୍କରେ ଏକ...

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଏକ୍ସେଲସେନ୍‌, ତାଇ ଜୁଙ୍କୁ ଟାଇଟଲ

ବର୍ମିଂହାମ୍‌,୧୬ା୩ (ପି.ଟି.)-ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍‌ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ...

ଭାରତଠୁ ସିରିଜ୍‌ ହାରିବା ପରେ ବୋର୍ଡକୁ ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଲଣ୍ଡନ,୮।୩ : ଭାରତଠାରୁ ୩-୧ ବ୍ୟବଧାନରେ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ...

ବିଦାୟୀ ମ୍ୟାଚ୍‌ରେ ମାଲିଙ୍ଗାଙ୍କୁ ବିଜୟ ଭେଟି

କଲମ୍ବୋ,୨୭।୭(ଏଏଫ୍‌ପି)- କ୍ୟାରିୟର ଅନ୍ତିମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଜୟ ସହ ଦିନିକିଆରୁ ବିଦାୟ ନେଇଛନ୍ତି। ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାର...

ଛୁରା ମାଡ଼ରୁ ବର୍ତ୍ତିଲେ ଷ୍ଟାର ଫୁଟବଲ ଖେଳାଳି

ଲଣ୍ଡନ,୨୬।୭(ଏଏଫ୍‌ପି)- ଉତ୍ତର ଲଣ୍ଡନରେ ଆର୍ସେନାଲ ଫୁଟବଲର ମେସୁଟ ଓଜିଲ ଓ ସଇଦ କୋଲାସିନାକ ଛୁରା ମାଡ଼ରୁ ବର୍ତ୍ତି ଯାଇଛନ୍ତି। ସେଠାରେ ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ...

ପ୍ରଦୀପ ବିଶ୍ୱକପ୍‌ରୁ ଆଉଟ୍‌

ଲଣ୍ଡନ, ୩୦ା୬ (ପି.ଟି.)-ହାଡ଼ଫୁଟିରେ ପୀଡ଼ିତ ଯୋଗୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ପ୍ରଦୀପ ଶନିବାର ଚଳିତ ଆଇସିସି ବିଶ୍ୱକପ୍‌ରୁ ଆଉଟ୍‌ ହୋଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ...

Advertisement
Archives

Model This Week