କଶ୍ମୀରର ଅନୁଭୂତି ବାଣ୍ଟୁଛି ଦରଗୁଡ଼ିଶିଳା

ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ। ବିଶେଷ କରି ଶୀତ ରୁତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପ୍ରକୃତିରାଣୀର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବା ଏଠାକାର କଶ୍ମୀର ଭାବେ ପରିଚିତ ଆନନ୍ଦପୁର ଉପଖଣ୍ଡର ‘ଦରଗୁଡ଼ିଶିଳା’। ଶୀତ ଋତୁର ଆଗମନରେ ସଜେଇ ହୋଇ ସାରିଛି ଦରଗୁଡ଼ିଶୀଳା। ବୈତରଣୀ ନଦୀ ଶଯ୍ୟାରେ ପାହାଡ଼ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବିଶେଷଭାବେ ଆକର୍ଷିତ କରିପାରୁଛି। ବଣଭୋଜି ପାଇଁ ଏଠାକୁ ଜିଲା ଓ ଜିଲା ବାହାର ଅଞ୍ଚଳରୁ ପର୍ଯ୍ୟଟକମାନଙ୍କ ଗହଳି ଲାଗିଥାଏ। ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ମତୁଆଲା କରୁଥିବା ବେଳେ ବୈତରଣୀ ନଦୀର ସ୍ବଚ୍ଛ ପାଣିରେ ଗାଧୋଇବା ନିଆରା ଅନୁଭୂତି ଦେଇଥାଏ। ନଦୀଶଯ୍ୟା ଉପର ପାହାଡ଼ରେ କୁହୁଡ଼ିର ଦୃଶ୍ୟ ଶୀତଳ ପରିବେଶରେ ପର୍ଯ୍ୟଟକ ଏହାକୁ ଏଠାକାର କଶ୍ମୀର ଭାବେ ବିବେଚନା କରୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ବୈତରଣୀ ନଦୀରେ ୫ଶହ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ଯୋଗୁ ଏହି ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ୨୦ନମ୍ବର ଜାତୀୟ ରାଜପଥ ଘଷିପୁରାଠାରୁ ଘଟଗାଁ ତାରିଣୀ ଅଭିମୁଖେ ଯିବା ବାଟ କୋଳିମାଟି ପଞ୍ଚାୟତର କୁମଡ଼ ଛକରୁ ଡାହାଣ ପାର୍ଶ୍ୱକୁ ଜଙ୍ଗଲିଆ ରାସ୍ତାରେ ୧୬ କି.ମି. ପରେ ପଡ଼ିବ ଜିଲାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ଦରଗୁଡ଼ିଶିଳା’।

– ଜିତେନ୍ଦ୍ର ସାହୁ, ଘସିପୁରା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି।...

ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ...

ଶଟ୍‌ଡାଉନ୍‌ କରିଥିବା ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଛତ୍ରପୁର,୧୧ା୫(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ  ପଦକ୍ଷେପକୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି...

ଥାନା ଘେରାଉ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି

ଉମରକୋଟ,୮ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି

କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍‌ ଆଣ୍ଡ୍‌ ଷ୍ଟିଲ୍‌...

ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ...

ଲକ୍‌ଡାଉନ୍‌ରେ ସେବା ଯୋଗାଇବ ମୋ ବସ୍‌: ବିମାନବନ୍ଦର, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ଓ ହସ୍ପିଟାଲକୁ ସ୍ବତନ୍ତ୍ର ରୁଟ୍‌

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରାମଣ ଏଡ଼ାଇବାକୁ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ କ୍ୟାପିଟାଲ ରିଜିଅନ୍‌...

ରାଜ୍ୟରେ ଉପରମୁହାଁ ସଂକ୍ରମଣ; ପିଲାଙ୍କ ପାଇଁ ବଢୁଛି ଚିନ୍ତା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ଶୁକ୍ରବାର ରାଜ୍ୟରେ ୪୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ...

Advertisement
Archives

Model This Week