Posted inଜାତୀୟ

କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫

ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏକାଧିକ ଅପରେଶନରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ ସିଂ ଶନିବାର ପ୍ରକାଶ କରିଛନ୍ତି। ଚଳିତବର୍ଷ ଅନ୍ତର୍ଜାତୀୟ ସୀମା ଦେଇ ୩ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରିଥିବା ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରାଲ୍‌ ସେକ୍ଟର୍‌ରେ ଜଣେ ଜେଇଏମ୍‌ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିପାତ୍‌ କରିଛନ୍ତି। ପୂର୍ବରୁ ଅନେକ ଆତଙ୍କବାଦୀ ସୀମା ଡେଇଁ ଭାରତରେ ପ୍ରବେଶ କରିଥିବା ବେଳେ ଏବେ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ଯଥେଷ୍ଟ କରିଥିବା ସେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ୨ ମାସ ମଧ୍ୟରେ ପ୍ରାୟ ୧୨ ଅପରେଶନ ସେନା ପକ୍ଷରୁ କରାଯାଇ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଉପତ୍ୟକାରେ ୯, ଜମ୍ମୁରେ ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଅଭିଯୋଗରେ ପ୍ରାୟ ୪୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସୋସିଆଲ ମିଡିଆକୁ ଅପବ୍ୟବହାର କରାଯାଇ ବିଭିନ୍ନ ଧମକ ଦିଆଯାଉଛି ଓ ଏନେଇ ସୁରକ୍ଷାକର୍ମୀମାନେ ସତର୍କ ଥିବା ଡିଜିପି ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ଚ୍ୟାନେଲର ବିତର୍କ ଯୋଗୁ ସୃଷ୍ଟି ହେଉଛି ଅଧିକ ପ୍ରଦୂଷଣ, ରମନାଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଏନେଇ ଏକ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ବାୟୁ ପ୍ରଦୂଷଣ ନେଇ ପ୍ରଧାନ ବିଚାରପତି...

ସାମାଜିକ ଦୂରତା ରକ୍ଷା ଲାଗି  ଏହି ବ୍ୟକ୍ତି ଗଛ ଉପରେ ତିଆରି କଲେ ଘର

ହାପୁର,୧୦।୪: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି କରାଯାଇନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ...

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ...

ଆସୁଛି ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା...

ଇସିଙ୍କୁ ଫେରାଦ ହେଲେ ଭାଜପା ମହିଳା ଏମ୍‌ପି

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ବଳାତ୍କାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ୱରେ ଭାଜପା ମହିଳା...

ନିଜ ଗାଁର ପ୍ରତି ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବେ କେସିଆର୍‌: ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ଅତିରିକ୍ତ ୨ ହଜାର କୋଟି ବୋଝ

ହାଇଦ୍ରାବାଦ୍‌,୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ଗାଁର ପ୍ରତି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି। ସେ...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ପୁଣି ଥରେ ଜାତୀୟ ସୁରକ୍ଷା ଆଳ ଦେଖାଇଲେ ସରକାର

ନୂଆଦିଲ୍ଲୀ, ୧୪ା୯: ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପେଗାସସ୍‌ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରି ହେବନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦେଶର ସୁରକ୍ଷାକୁ ବିପଦରେ...

Advertisement
Archives

Model This Week