Posted inଜାତୀୟ

କଶ୍ମୀରରେ କଟକଣା ହ୍ରାସ ସତ୍ତ୍ୱେ ଦୋକାନ ଖୋଲିବାକୁ ବ୍ୟବସାୟୀ ନାରାଜ

ଶ୍ରୀନଗର,୬-୯:ଭାରତ କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟକ ଅତିରିକ୍ତ ସାମରିକ ବଳ ମୁତୟନ ଓ ବହୁ ନେତାଙ୍କୁ ଗୃହବନ୍ଦୀ କରିବାର ମାସକ ପରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ବିରୋଧ କରିଛନ୍ତି। ମୁସଲମାନ ବହୁଳ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରିଆସିଛି ବୋଲି କେନ୍ଦ୍ର ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦାବି ମିଛ ବୋଲି ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ଅଧିକାରକୁ ପ୍ରତ୍ୟାହାର କରିଥିଲେ। ହିମାଳୟ ପାଦଦେଶରେ ଅବସ୍ଥିତ ଏହି ଅଞ୍ଚଳକୁ ଭାରତ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କରିଥିବାବେଳେ ପଡ଼ୋଶୀ ପାକିସ୍ତାନ ମଧ୍ୟ ଏହାକୁ ତା’ର ଭୂଖଣ୍ଡ ବୋଲି ଦାବି କରୁଛି। ବିଶ୍ୱର ଅନ୍ୟତମ ସାମରିକ କ୍ଷେତ୍ର କଶ୍ମୀରରେ ବ୍ୟାପକ ବିକ୍ଷୋଭ ଆଶଙ୍କା କରାଯାଉଥିବାବେଳେ ଏହାକୁ ଦମନ କରିବା ପାଇଁ ଭାରତ ସେଠାକୁ ବହୁ ସଂଖ୍ୟକ ଯବାନଙ୍କୁ ପଠାଇଛି। ବିଭିନ୍ନ ପ୍ରକାର କଟକଣା ଜାରି କରି ଓ ସମସ୍ତ ଟେଲିଫୋନ୍‌, ମୋବାଇଲ୍‌ ଫୋନ୍‌ ତଥା ଇଣ୍ଟରନେଟ୍‌ ସଂଯୋଗ କାଟିଦେଇଛି। ଏହାସହ ଉପତ୍ୟକାରେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି। ଉକ୍ତ ନିଷ୍ପତ୍ତିକୁ ଗୁରୁବାର ମାସେ ପୂରିଥିବାବେଳେ କେତେକ ସ୍ଥାନରେ କଟକଣା ହଟାଇଦେଇଛି ନୂଆଦିଲ୍ଲୀ। ତେବେ କୌଣସି ପ୍ରମୁଖ ଗୃହବନ୍ଦୀଙ୍କୁ ମୁକ୍ତ କରାଯାଇ ନାହିଁ। ଏବେ ମଧ୍ୟ ମୋବାଇଲ୍‌ ଇଣ୍ଟରନେଟ ସେବା ବନ୍ଦ ରହିଛି। ଜମ୍ମୁ-କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଅଧିକାରୀମାନେ କହିଛନ୍ତି, କଶ୍ମୀର ଉପତ୍ୟକାର ୯୦ ପ୍ରତିଶତ ଅଞ୍ଚଳକୁ ଦିନବେଳା କଟକଣାମୁକ୍ତ କରାଯାଇଛି। କେତେକ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସଂଯୋଗକୁ ସ୍ବାଭାବିକ କରାଯାଇଛି ଏବଂ ହଜାର ହଜାର ସ୍କୁଲ ପୁଣି ଖୋଲିଛି।
କିନ୍ତୁ ଚେକ୍‌ ପଏଣ୍ଟଗୁଡ଼ିକ ରହିଛି ଓ ଯୋଗାଯୋଗ କଟକଣା ଜାରି ରହିଥିବାରୁ ଏହି ଅଞ୍ଚଳରୁ ରିପୋର୍ଟିଂ କରିବା କଠିନ ହୋଇପଡ଼ିଛି। ଆଂଶିକ ଭାବେ କଟକଣା ହଟାଇ ଦିଆଯାଇଥିଲେ ସୁଦ୍ଧା ଅନେକ ଛାତ୍ରୀଛାତ୍ର ଶ୍ରେଣୀ ବର୍ଜନ କରୁଛନ୍ତି। ଦୋକାନୀମାନେ ବ୍ୟବସାୟ ପାଇଁ ଯାଉନାହାନ୍ତି କି ସରକାରୀ ତଥା ଘରୋଇ କ୍ଷେତ୍ରର କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗଦେଉନାହାନ୍ତି। ନୂଆଦିଲ୍ଲୀର ସରକାର ବିରୋଧରେ ଏହା ଅଘୋଷିତ ପ୍ରତିବାଦ ବୋଲି ୭ ସରକାରୀ ଅଧିକାରୀ ଓ ଅନେକ ବାସିନ୍ଦାଙ୍କଠାରୁ ନିଆଯାଇଥିବା ସାକ୍ଷାତ୍‌କାରରୁ ସ୍ପଷ୍ଟ ହୋଇଛି। ଆମ ପାଇଁ ପରିଚୟ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଏହାର ସୁରକ୍ଷା ଆମର ପ୍ରାଥମିକତା। ତେଣୁ ସେମାନେ ସ୍ବାଭାବିକ ସ୍ଥିତି ଫେରାଇଆଣିଲେ ଆମେ ବ୍ୟବସାୟ ପୁଣି ଆରମ୍ଭ କରିବୁ ବୋଲି ପୁରୁଣା ଶ୍ରୀନଗରର ବ୍ୟବସାୟୀ ଶବିର ଅହମ୍ମଦ କହିଛନ୍ତି। ଉପତ୍ୟକାରେ ବିକ୍ଷୋଭବେଳେ ସୁରକ୍ଷା ବଳର ଲୁହବୁହା ବାଷ୍ପ ପ୍ରୟୋଗ ଓ ପେଲେଟ୍‌ ଗନ୍‌ ବ୍ୟବହାର ସହ ଦମନ ନୀତି ଯୋଗୁ ଟେକାମାଡ଼କାରୀଙ୍କ ଆଇନ ଅମାନ୍ୟ ବୃଦ୍ଧି ପାଇଛି। ପୂର୍ବରୁ ବିକ୍ଷୋଭ ବେଳେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆନୁଷ୍ଠାନିକ ଭାବେ ବନ୍ଦ ପାଇଁ ଡାକରା ଦେଉଥିଲେ। ହେଲେ ବର୍ତ୍ତମାନ କଶ୍ମୀରର ସ୍ବାଧୀନତା କିମ୍ବା ପାକିସ୍ତାନ ସହ ଏହାକୁ ମିଶାଇବାକୁ ଚାହୁଁଥିବା ବିଚ୍ଛିନ୍ନତାବାଦୀ ନେତାମାନେ ମୁଖ୍ୟସ୍ରୋତର ରାଜନେତାଙ୍କ ସହ ଗୃହବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶତାଧିକ ସାମାଜିକ କର୍ମୀ ଓ ନେତା ମଧ୍ୟ ସାମିଲ ଅଛନ୍ତି। ଶ୍ରୀନଗରରେ ଅଗଷ୍ଟ ଶେଷ ଆଡ଼କୁ ବିକ୍ଷୋଭ ଆରମ୍ଭ ହୋଇଥିଲା। ସେତେବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ବୋଲି ଦୋକାନୀମାନଙ୍କୁ କେବଳ ଭୋର ସମୟରେ ଓ ରାତିରେ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା। ସେବେଠୁ ଶ୍ରୀନଗରର ମଧ୍ୟଭାଗରେ ଥିବା ବ୍ୟବସାୟିକ ଅଞ୍ଚଳରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଏବେ ସବୁ ସ୍ବାଭାବିକ ସମୟରେ ଦୋକାନ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ସୁରକ୍ଷା ବଳ ପରାମର୍ଶ ଦେଉଛି। କିନ୍ତୁ ସେମାନେ ମନାକରିଦେଉଛନ୍ତି। ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନ୍‌ସଲ କହିଛନ୍ତି, ଦୋକାନ ଖୋଲିବାରେ ଦେଶବିରୋଧୀ ତତ୍ତ୍ୱ ବାଧକ ସାଜୁଛନ୍ତି। ସୁରକ୍ଷା ବଳ ପକ୍ଷରୁ ଏହା ଉପରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri