କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଅଭିନବ ପ୍ରୟାସ: ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ସିଦ୍ଧାର୍ଥ

ଢେଙ୍କାନାଳ ଅଫିସ, ୧୭।୮ – ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଛନ୍ତି ସିଦ୍ଧାର୍ଥଶଙ୍କର ଦାସ। ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସିଦ୍ଧାର୍ଥ ସ୍ବାଧୀନତା ଦିବସ ଉପଲକ୍ଷେ ଗୁରୁବାର ପୂର୍ବାହ୍ନ ୮ଟା ୧୫ରେ ଜିଲା କାର୍ଯ୍ୟାଳୟ ପରିସରରୁ ଦୌଡ଼ିବା ଆରମ୍ଭ କରିଥିଲେ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସିଦ୍ଧାର୍ଥ ସନ୍ଧ୍ୟା ୭ଟା ୩ରେ ଭୁବନେଶ୍ୱର ଇନ୍‌ଡୋର ହଲ୍‌ରେ ପହଞ୍ଚତ୍ଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବାସ୍କେଟବଲ୍‌ ଆସୋସିଏଶନ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜନାରାୟଣ ତ୍ରିପାଠୀ, ପ୍ରେମାନନ୍ଦ ବିଶ୍ୱାଳ, ସାଇପ୍ରସାଦ ଦାସ ଏହି ଦୌଡ଼ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭୁବନେଶ୍ୱରର ଏକ ପ୍ରମୁଖ ରାସ୍ତାକୁ କଳ୍ପନାଙ୍କ ନାମରେ ନାମିତ କରିବାକୁ ସିଦ୍ଧାର୍ଥ ପ୍ରଶାସନକୁ ଅନୁରୋଧ କରିଛନ୍ତି। ନିଜର ପ୍ରତିକ୍ରିୟାରେ ସେ କୁହନ୍ତି, କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଏହା ଏକ ଛୋଟିଆ ପ୍ରୟାସ। ଚଳିତ ବର୍ଷ ୧୦୦ ଦିନରେ ୫୮୦୦ କିମିକୁ ୭୬୩ ଘଣ୍ଟାରେ ଦୌଡ଼ି ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମନ୍ବୟ ରହିଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୧୦ା୪(ଡି.ଏନ୍‌.ଏ.) – ଗୁରୁ ଏବଂ ଶିଷ୍ୟ ମଧ୍ୟରେ ସମ୍ପର୍କ କେଉଁ ଅନାଦିକାଳର। ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାର ମାନ...

ଜନତା ବିନା ଜାନୁୟାରୀ ୨୬

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ (ଜାନୁୟାରୀ ୨୬) ବିନା ଜନତାରେ ପାଳନ ହେବ। ପରେଡ୍‌ରେ କେବଳ ପୋଲିସ ବାହିନୀ, ଓଏସ୍‌ଏପି ପ୍ରଥମ...

ପରିବା ବିଲରେ ମରି ଶୋଇଛି ଦନ୍ତା

ଢେଙ୍କାନାଳ ଅଫିସ,୧୨।୩: ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମରେ ରବିବାର ସକାଳେ ପରିବା ଚାଷ ବିଲରୁ ଏକ ଦନ୍ତାହାତୀ ମୃତଦେହ ଜବତ ହୋଇଛି। ହାତୀଟିର ବୟସ...

ଜୀବନ ନେଉଛି ଜୀବନରେଖା

ଢେଙ୍କାନାଳ ଅଫିସ,୧୯।୧୧: ଦାବି, ପ୍ରତିବାଦ, ଆନ୍ଦୋଳନ, ବନ୍ଦ ଡାକରା ସତ୍ତ୍ୱେ କୌଣସି ଫରକ ପଡୁନି। ଜନଅସନ୍ତୋଷ ଏଡ଼ାଇବାକୁ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସିପଡୁଛନ୍ତି ସମସ୍ତେ।...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ

ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ: ‘ଓଡ଼ିଶା ବିକାଶର ଭୂଖଣ୍ଡ ପାଲଟିଛି’

ଢେଙ୍କାନାଳ ଅଫିସ, ୧୫।୮-ତୁଳନାତ୍ମକ ଦୃଷ୍ଟିକୋଣରୁ ଓଡ଼ିଶା ଏବେ ବିକାଶର ଭୂଖଣ୍ଡ ପାଲଟିଛି। ୨୦୦୦ରେ ୫ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ଏହା...

ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ...

ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ...

Advertisement
Archives

Model This Week