Posted inଖେଳ

କଳିଙ୍ଗ ଷ୍ଟାଡିୟମରେ କମଲ ହାସନ

ଭୁବନେଶ୍ୱର, ୨୦।୧୧(କ୍ରୀଡ଼ା ପ୍ରତିନିଧି)-ସମ୍ପ୍ରତି ଓଡ଼ିଶା ଗସ୍ତରେଥିବା ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ କମଲ ହାସନ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଷ୍ଟାଡିୟମରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ଅଭିଭୂତ ହୋଇଛନ୍ତି। ଏହି ଅବସରରେ କ୍ରୀଡ଼ା ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। ଷ୍ଟାଡିୟମ ପରିଦର୍ଶନ ଅବସରରେ କମଲ ଓଡ଼ିଶା ଏଫସି ଖେଳାଳିଙ୍କ ସହିତ ମିଶିଥିଲେ। ଓଡ଼ିଶା ଏଫସି ପକ୍ଷରୁ ତାଙ୍କୁ ଏକ ଜର୍ସି ଉପହାରଭାବେ ପ୍ରଦାନ କରାଯାଇଥିଲା। ଏହାପରେ ସେ ହକି କମ୍ପ୍ଲେକ୍ସକୁ ଯାଇ ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଭାରତୀୟ ଦଳର ଏକ ଜର୍ସି ପ୍ରଦାନ କରାଯାଇଥିଲା। ପରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ତାରକା ଗୋଲକିପର ପି.ଆର. ଶ୍ରୀଜେଶ ପ୍ରମୁଖ ତାଙ୍କ ସହ ଫଟୋ ଉଠାଇଥିଲେ। ଆଗାମୀ ଦିନରେ ହେବାକୁଥିବା ଟୁର୍ନାମେଣ୍ଟ ପାଇଁ ଖେଳାଳିମାନଙ୍କୁ କମଲ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଏଫ୍‌ସିକୁ ହରାଇଲା ଗୋଆ

ମାର୍ଗାଓ, ୧୮ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଫ୍‌ସି ଗୋଆ ୩-୧ ଗୋଲରେ ଓଡ଼ିଶା ଏଫ୍‌ସିକୁ...

ଆଇସୋଲେଶନରେ ୩ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର

କେପ୍‌ ଟାଉନ୍‌, ୨୦ା୧୧ (ପି.ଟି.)-ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପୂର୍ବରୁ କରାଯାଇଥିବା କୋଭିଡ୍‌ ଟେଷ୍ଟରେ ଜଣଙ୍କର ପଜିଟିଭ ଆସିବାରୁ ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟ...

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ରାଜ୍ୟ ଓପନ ଚେସ୍‌: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍‌...

ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ପଦବୀ

ନୂଆଦିଲ୍ଲୀ,୧୭।୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପକ୍ଷକୁ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି। ତାଙ୍କୁ ଆଇସିସି ପୁରୁଷ କ୍ରିକେଟ୍‌ କମିଟିର ଚେୟାରମ୍ୟାନ୍‌ ଭାବେ ବୁଧବାର...

କ୍ରୀଡ଼ାବିତ୍‌ଙ୍କ ନୂଆ ବର୍ଷ ପାଳନ

ନୂଆଦିଲ୍ଲୀ, ୧।୧: ନୂତନ ବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଭାରତୀୟ କ୍ରୀଡ଼ା ଜଗତର ତାରକା ଖେଳାଳିମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ବିଭିନ୍ନ ସୋସିଆଲ...

କ୍ରିକେଟ୍‌ କ୍ୟାରିୟର୍‌ରେ ସଚିନଙ୍କ ଏହି ୨ ଇଚ୍ଛା ହୋଇନି ପୂରଣ

ମୁମ୍ବାଇ,୩୧।୫: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରାଜୁତି କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ...

ଦୁବାଇରେ ଚେନ୍ନାଇ ଚମକ

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି।...

Advertisement
Archives

Model This Week