କଳିଙ୍ଗା ଘାଟିରେ ପୁଣି ସୁରଟରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ

ଜି.ଉଦୟଗିରି, ୩।୫(ଡି. ଏନ୍‌.ଏ.): କନ୍ଧମାଳ ଜିଲା କାଲିଙ୍ଗା ଘାଟିରେ ରବିବାର ଦିନ ସକାଳ ୯ଟା ସମୟରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଫେରୁଥିବା ଏକ ବସ୍‌ ରବିବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସରେ ସମୁଦାୟ ୫୭ ଜଣ ଯାତ୍ରୀ ଥିବା ଜି ଉଦୟଗିରି ଅତିରିକ୍ତ ତହସିଲଦାର ରାକେଶ ପାତ୍ର କହିଛନ୍ତି।

ସୂଚନାନୁଯାୟୀ, ସୁରଟରୁ ଅମ୍ବିକା ନାମକ ଏକ ବସ (ଜିଜେ୦୬-୨୨-୯୫୫୯) ଗଞ୍ଜାମ ଜିଲା ସୋରୋଡା ଅଞ୍ଚଳର ୫୭ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ସକାଳେ କଳିଙ୍ଗା ଘାଟିଠାରୁ ଦୁଇ କିମି ରାସ୍ତା ଅତିକ୍ରମ କରିବା ପରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାରେ ପୂର୍ବରୁ ଏକ ଟ୍ରକ୍‌ ଦୁର୍ଘଟଣା ହୋଇ ରହିଥିଲା ସେଇ ସ୍ଥାନରେ ହିଁ ବସ୍‌ର ଦୁର୍ଘଟଣା ଘଟିଛି। ଖବର ପାଇ ଜି.ଉଦୟଗିରି ଦମକଳ ଗାଡି, ଆମ୍ବୁଲାନ୍ସ ଓ ପୋଲିସ ଓ ସରକାରୀ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ ଦ୍ୱାରା ସେମାନଙ୍କୁ ଭଞ୍ଜନଗର ପଠାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି। ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଆଇଆଇସି ଧୀରଜ କୁମାର ଲେଙ୍କା, ଏସ୍‌ଆଇ କୌଶଲ୍ୟା ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି। ତେବେ ଶନିବାର ସନ୍ଧ୍ୟାରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଫେରୁଥିବା ଏକ ବସ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri