କଳିଙ୍ଗା ଘାଟିରେ ପୁଣି ସୁରଟରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ

ଜି.ଉଦୟଗିରି, ୩।୫(ଡି. ଏନ୍‌.ଏ.): କନ୍ଧମାଳ ଜିଲା କାଲିଙ୍ଗା ଘାଟିରେ ରବିବାର ଦିନ ସକାଳ ୯ଟା ସମୟରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଫେରୁଥିବା ଏକ ବସ୍‌ ରବିବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସରେ ସମୁଦାୟ ୫୭ ଜଣ ଯାତ୍ରୀ ଥିବା ଜି ଉଦୟଗିରି ଅତିରିକ୍ତ ତହସିଲଦାର ରାକେଶ ପାତ୍ର କହିଛନ୍ତି।

ସୂଚନାନୁଯାୟୀ, ସୁରଟରୁ ଅମ୍ବିକା ନାମକ ଏକ ବସ (ଜିଜେ୦୬-୨୨-୯୫୫୯) ଗଞ୍ଜାମ ଜିଲା ସୋରୋଡା ଅଞ୍ଚଳର ୫୭ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ସକାଳେ କଳିଙ୍ଗା ଘାଟିଠାରୁ ଦୁଇ କିମି ରାସ୍ତା ଅତିକ୍ରମ କରିବା ପରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାରେ ପୂର୍ବରୁ ଏକ ଟ୍ରକ୍‌ ଦୁର୍ଘଟଣା ହୋଇ ରହିଥିଲା ସେଇ ସ୍ଥାନରେ ହିଁ ବସ୍‌ର ଦୁର୍ଘଟଣା ଘଟିଛି। ଖବର ପାଇ ଜି.ଉଦୟଗିରି ଦମକଳ ଗାଡି, ଆମ୍ବୁଲାନ୍ସ ଓ ପୋଲିସ ଓ ସରକାରୀ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ ଦ୍ୱାରା ସେମାନଙ୍କୁ ଭଞ୍ଜନଗର ପଠାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି। ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଆଇଆଇସି ଧୀରଜ କୁମାର ଲେଙ୍କା, ଏସ୍‌ଆଇ କୌଶଲ୍ୟା ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି। ତେବେ ଶନିବାର ସନ୍ଧ୍ୟାରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଫେରୁଥିବା ଏକ ବସ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ରାଇମୋହନଙ୍କ ମୋବାଇଲରୁୁ ମିଳିବ କି କିଛି ତଥ୍ୟ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ୪ ଦିନ ବିତିଥିଲା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ ପୋଲିସ ତାଙ୍କ ପରିବାର,...

ବ୍ରହ୍ମପୁରରେ ୪ ଦିନିଆ ଶଟ୍‌ଡାଉନ୍‌ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର...

ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

ପୁରୀ ଅଫିସ,୩୧ା୩: ଶ୍ରୀମନ୍ଦିରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଚୈତ୍ର ଗୁଣ୍ଡିଚା। ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ...

ଆଖୁ ଖାଇବାକୁ ଆସି ଫସିଲା ଭାଲୁ

ଅନୁଗୋଳ ଅଫିସ,୮।୧୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁକୁ ଆଖୁ ଖାଇବାକୁ ଆସି ଏକ ଭାଲୁ କୂଅରେ ଖସି ପଡିଥିଲା । ଗାଁର କିଛି...

ଖେଳୁଥିବାବେଳେ ସଂଜ୍ଞାହୀନ ହେଲେ ୪ ଛାତ୍ରୀ : ଡାକ୍ତରଖାନା ନ ନେଇ ପାଣିଛାଟି ଘରକୁ ପଠାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଉଦଳା,୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ଏନଏସିରେ ଥିବା ମେଣ୍ଢାଖାଇ ୟୁଜିଏମଇ ସ୍କୁଲରେ ଶନିବାର ଖେଳୁଥିବା ବେଳେ ୭ରୁ ୯ ବର୍ଷ ବୟସର ୪ ଜଣ ଛାତ୍ରୀ ହଠାତ୍‌...

ଆହୁରି ଦୁଇଦିନ ବର୍ଷିବ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ରବିବାରଠାରୁ ଆରମ୍ଭ ହୋଇଥିବା ବର୍ଷା କେତେବେଳେ ଛେଚୁଛିି ତ’...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର...

Advertisement
Archives

Model This Week