Posted inଫୁରସତ

କଳା ଓ ସ୍ଥାପତ୍ୟର ଅଦ୍ଭୁତ ମିଶ୍ରଣ

ନିଜ ସ୍ବପ୍ନର ଘରକୁ ସୁନ୍ଦରକରି ତୋଳିବାକୁ ସମସ୍ତେ ଚାହାନ୍ତି। ତେଣୁ ବିଭିନ୍ନ ସ୍ଥପତିଙ୍କ ସାହାଯ୍ୟ ବି ନିଅନ୍ତି। ତେବେ ଏମିତି ଜଣେ ସ୍ଥପତି ଅଛନ୍ତି, ଯେ ଘରକୁ ଏଭଳି ଲୁକ୍‌ ଦେଇପାରିବେ, ଯାହା ହୋଇଯିବ ଗୋଟେ ଗୋଟେ ସପ୍ତ ଆଶ୍ଚର୍ଯ୍ୟ ଭଳି। କେବେ ଆପଣ ତରଳି ବୋହି ଯାଉଥିବା ଭଳି ଘର, ଓଲଟା ଠିଆ ହୋଇଥିବା ଘର, ଚେନ୍‌ ଦ୍ୱାରା କାନ୍ଥ ଖୋଲି ଯାଉଥିବା ଭଳି ଘର, ଘରର ମଝିରୁ ଭାଙ୍ଗି ବିନା ସାହାରାରେ ଝୁଲି ରହିଥିବା ଖମ୍ବ, କାନ୍ଥ ଦେଖିଛନ୍ତି? ଏହି ଘରସବୁ ଏହି ସ୍ଥପତି ହିଁ ତିଆରି କରିଛନ୍ତି। ତାଙ୍କର ଏହି ଘର ସବୁରେ କଳା, ସ୍ଥାପତ୍ୟ, ଇଞ୍ଜିନିୟରିଂ ଓ ସୃଜନଶୀଳତାର ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳେ। ଏହି ଜଟିଳ କାର୍ଯ୍ୟକୁ ସେ ଏଭଳି ଗଢିଥାଆନ୍ତି ଯେ, ତାହା ବେଶ୍‌ ସରଳ ଦେଖାଯାଏ। କିନ୍ତୁ ବୁଝି ହୁଏନା ଏହା କିଭଳି ସମ୍ଭବ ହୋଇଛି ବୋଲି। ଏହି ସ୍ଥପତିଙ୍କ ନାମ ହେଉଛି ଆଲେକ୍ସ ଚିନେକ୍‌। ସେ ଚେଲ୍ସି କଲେଜ ଅଫ୍‌ ଆର୍ଟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ରୟାଲ୍‌ ବ୍ରିଟିଶ ସୋସାଇଟି ଅଫ୍‌ ସ୍କଲ୍ପଚରସ୍‌ର ସଦସ୍ୟ ବି ଅଛନ୍ତି। ଅଦ୍ଭୁତ ଘର ବ୍ୟତୀତ ସେ ଅନେକ ଅଦ୍ଭୁତ ସ୍ଥାପତ୍ୟ ବି ଗଢିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା...

ହନୁମାନଙ୍କୁ ସମ୍ମାନ ଜଣାଇ ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ...

ଆଖି ପିଛୁଳାକେ ଗଭୀର ପାଣିରୁ ଏମିତି ମାଛ ଝାମ୍ପିନେଉଛି ଛଞ୍ଚାଣ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରହସ୍ୟମୟ ବିଭୋରତା କବି ମମତା

ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। କବିତାରେ ମାଧ୍ୟମରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି...

ମା’ ହେଲେ ରାଲି

ଢେଙ୍କାନାଳ: ଓଲିଉଡ ଅଭିନେତ୍ରୀ ରାଲି ନନ୍ଦ ସୋମବାର ମା’ ହୋଇଛନ୍ତି। ତାଙ୍କ କୋଳମଣ୍ଡନ କରିଛି ଏକ କନ୍ୟାସନ୍ତାନ। ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।...

ବିଶ୍ୱର ସବୁଠୁ ଛୋଟ ବଡି ବିଲ୍ଡର

କମ୍‌ ଉଚ୍ଚତା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ସାଧାରଣତଃ ସମାଜର କିଛି ଲୋକ ସେମାନଙ୍କୁ ଥଟ୍ଟା ପରିହାସ ମଧ୍ୟ କରିଥାନ୍ତି। ଯେଉଁଥିପାଇଁ ସେମାନେ ନିଜକୁ...

Advertisement
Archives

Model This Week