କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏଣିକି କଳାହାଣ୍ଡି ଜିଲାର ଛାତ୍ରୀଛାତ୍ର ସମ୍ବଲପୁର ନ ଯାଇ ଜିଲାରେ ଉଚ୍ଚ ଶିକ୍ଷା ଓ ଗବେଷଣାର ସୁବିଧା ପାଇପାରିବେ । ଭବାନୀପାଟଣାଠାରେ ଅବସ୍ଥିତ ଜିଲାର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ୧୯୬୦ ମସିହାରେ ସ୍ଥାପିତ ହୋଇଥିଲାା ଏହି ମହାବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଥିବା ବେଳେ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ୧୯୯୦ ମସିହାରୁ ଜିଲାବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ଗତ ବର୍ଷ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା ହୋଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ କଳାହାଣ୍ଡି ଓ ନୂଆପଡା ଜିଲାର ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ପାଇଁ ହେଉ କିମ୍ବା ଅନ୍ୟାନ୍ୟ ସାର୍ଟିଫିକେଟ କାଯର୍‌ୟ ହେଉ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ମାତ୍ର ବର୍ତ୍ତମାନ କଳାହାଣ୍ଡି ଓ ନୂଆପଡା ଜିଲାର ୫୦ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନରେ ସାମିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମହାସଂଘର ସହାୟତା

ଖଜୁରିପଡା,୨୧ା୪(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ଆର.ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ୩୨,୩୬୦ ଟଙ୍କା ପ୍ରଦାନ କରାଯାଇଛି। ଏହି ମହାସଂଘ...

ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ...

ସାଇକେଲରେ ଚେନ୍ନାଇରୁ ବୁଗୁଡ଼ା ଫେରିଲେ ୫ ଯୁବକ

ବୁଗୁଡ଼ା,୧୬ା୫(ଡି.ଏନ.ଏ.)- ବୁଗୁଡା ଅଞ୍ଚଳର ୫ଜଣ ଯୁବକ ଚେନ୍ନାଇରୁ ପ୍ରାୟ ୧୨ଶହ କିମି ସାଇକେଲିଂ କରି ଆସି ଶୁକ୍ରବାର ସନ୍ଧ୍ୟାରେ ବୁଗୁଡ଼ାରେ ପହଞ୍ଚତ୍ଛନ୍ତି। ଉକ୍ତ ୫ ଜଣ...

ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି...

ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି କଣ୍ଟେନମେଣ୍ଟ...

ଧାନ କାଟିବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର

ଖଇରା, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ପଳସା ପଞ୍ଚାୟତ ଅଧୀନ ନଛିପୁର ଗ୍ରାମକୁ ଧାନ କାଟିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

ପୁଇଁତୋଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: କୋଡ଼ିରେ ଜଣଙ୍କୁ ଆକ୍ରମଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ବଜାରଠାରେ କୌଣସି ଘଟଣାକୁ କେନ୍ଦ୍ର କରି ପୁଇଁତୋଳା ଗ୍ରାମର କିଛି ବ୍ୟକ୍ତି କରଣସାହିର ଜଣେ ବ୍ୟକ୍ତିଙ୍କୁ କୋଡ଼ିରେ ଶନିବାର ଆକ୍ରମଣ...

ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

Advertisement


Archives

Model This Week

Why Dharitri