କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯାହାକୁ ଫ୍ଲାଶ୍‌ ଫ୍ଲଡ ବୋଲି କୁହାଯାଏ। କଳାହାଣ୍ଡି ଜିଲା ସେଥିରୁ ବାଦ୍‌ ପଡିନାହିଁ। ବର୍ଷାଋତୁ ଆସିବା ପୂର୍ବରୁ ପ୍ରତି ଜିଲାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କରାଯାଇଥାଏ। ବନ୍ୟାପ୍ରବଣ ଅଞ୍ଚଳରେ ବର୍ଷା ପୂର୍ବରୁ ଖାଦ୍ୟଶସ୍ୟ, କିରୋସିନ, ଔଷଧ ପତ୍ର ଆଦି ମହଜୁଦ କରି ରଖାଯାଏ। ଭାଙ୍ଗି ଯାଇଥିବା ନଦୀବନ୍ଧ, ରାସ୍ତାଘାଟ ଆଦି ମରାମତି କରାଯାଏ। ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ୍‌, କଟର ମେଶିନ, ତାରପୋଲିନ ଆଦି ଆଗୁଆ ବ୍ୟବସ୍ଥା କରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରାଇଥାଏ। ଏକଦା ମରୁଡିପ୍ରବଣ ଜିଲା ଭାବେ ଖ୍ୟାତ କଳାହାଣ୍ଡି ଜିଲା ଏବେ ବନ୍ୟାପ୍ରବଣ ଜିଲା ହୋଇଛି। ଗତ ଦୁଇ ଦଶନ୍ଧି ହେଲା ପ୍ରାୟ ପ୍ରତିବର୍ଷ କଳାହାଣ୍ଡିରେ ଫ୍ଲାଶ୍‌ ଫ୍ଲଡ ହେଉଛି। କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ଯୋଗୁ କଳାହାଣ୍ଡି ଆଜି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଧାନ ଉପତ୍ାଦନକାରୀ ଜିଲାମାନ୍ୟତା ପାଇଛି। ଅନ୍ୟପକ୍ଷେ ଏହା କଳାହାଣ୍ଡିରେ ବନ୍ୟା ପରିସ୍ଥିତିକୁ ଜଟିଳ କରିଛି। ଇନ୍ଦ୍ରାବତୀ ପାୱାର ହାଉସରୁ ବିଦ୍ୟୁତ୍‌ ଉପତ୍ାଦନ ଦ୍ୱାରା ନିର୍ଗତ ଜଳ ପାୱାର ଚ୍ୟାନେଲ ଦ୍ୱାରା ମଙ୍ଗଳପୁର ବ୍ୟାରେଜକୁ ଛଡାଯାଉଛି। ମଙ୍ଗଳପୁର ବ୍ୟାରେଜରୁ ବାମ ଓ ଦକ୍ଷିଣ କେନାଲ ଦ୍ୱାରା ଜଳସେଚନ ବ୍ୟବସ୍ଥା କରାଯାଉଛି। ତେବେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଇନ୍ଦ୍ରାବତୀରୁ ବିଦ୍ୟୁତ୍‌ ଉପତ୍ାଦନ ଚାଲୁ ରଖାଯାଉଥିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡୁଛି। ମଙ୍ଗଳପୁର ବ୍ୟାରେଜର ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗେଟ ଖୋଲାଯାଇ ବନ୍ୟାଜଳ ହାତୀନଦୀରେ ଛଡାଯାଉଛି। ଏହା ମଣିଷକୃତ ବନ୍ୟା। ଠିକ୍‌ ସମୟରେ ଆଗୁଆ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ବିଦ୍ୟୁତ୍‌ ଉପତ୍ାଦନ ବନ୍ଦ କରାଗଲେ ବନ୍ୟାଜଳ ହ୍ରାସ ପାଇପାରନ୍ତା। କଳାହାଣ୍ଡି ଜିଲା ଥୁ.ରାମପୁର ଓ ଲାଞ୍ଜିଗଡ ବ୍ଲକରେ ପ୍ରତିବର୍ଷ ଅଧିକା ବର୍ଷା ହୋଇଥାଏ। ଲଘୁଚାପଜନିତ ଲଗାଣ ବର୍ଷା ହେଲେ ଉକ୍ତ ଦୁଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ଜିଲାର ପ୍ରତ୍ୟେକ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ରିଲିଫ୍‌ ସାମଗ୍ରୀ, ପଲିଥିନ ଆଦି ମହଜୁଦ ରଖାଯାଇଥାଏ। କିନ୍ତୁ ଥୁ.ରାମପୁର ଓ ଲାଞ୍ଜିଗଡ ବ୍ଲକରେ ଫ୍ଲାଶ୍‌ ଫ୍ଲଡ ହେଲେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗମନାଗମନ ବ୍ୟାହତ ହେଉଥିବାରୁ ଉଦ୍ଧାର କାର୍ଯ୍ୟ କିମ୍ବା ରିଲିଫ୍‌ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡୁଛି। ଜିଲାର ସମସ୍ତ ୧୩ଟି ବ୍ଲକରେ ଅଗ୍ନିଶମ ୟୁନିଟ ରହିଛି। ଅଗ୍ନିଶମ ବିଭାଗର ୧୧ଟି ପାୱାରବୋଟ୍‌ ଅଛି, ଯାହାକି ବନ୍ୟାପ୍ରବଣ ଜୁନାଗଡ ଓ ଜୟପାଟଣା ବ୍ଲକରେ ୨ଟି ଲେଖାଏ ପାୱାରବୋଟ ରଖାଯାଇଥିବା ବେଳେ ଅନ୍ୟ ୭ଟି ବ୍ଲକରେ ଗୋଟିଏ ଲେଖାଏ ପାୱାର ବୋଟ୍‌ ରଖାଯାଇଛି। ତେଣୁ ଉକ୍ତ ୪ଟି ବ୍ଲକ ପାଇଁ ଅଧିକ ପାୱାରବୋଟର ଆବଶ୍ୟକତା ରହିଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ରୋକିପାରିବା ନାହିଁ। କିନ୍ତୁ ଆଗୁଆ ପ୍ରସ୍ତୁତି ଓ ଠିକଣା ସମୟରେ ଉଚିତ ପଦକ୍ଷେପ ଦ୍ୱାରା ଆମେ ଏହାର ସଫଳ ମୁକାବିଲା କରିପାରିବା। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରସ୍ତୁତି ଦରକାର ତାହା କେବଳ ବୈଠକରେ ସୀମିତ ରହୁଛି। ଅନ୍ୟପକ୍ଷେ ସରକାରଙ୍କ ଉପରେ ସବୁ ଦାୟିତ୍ୱ ଛାଡି ନ ଦେଇ ଜନସାଧାରଣ ମଧ୍ୟ ନିଜ ସୁରକ୍ଷା କଥା ଚିନ୍ତାକରିବା ଉଚିତ୍‌। ପ୍ରତି ବ୍ଲକର ଲୋକମାନେ ହାତରେ ହାତ ମିଳାଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଆଗେଇ ଆସିବା ଦରକାର।
– ସଞ୍ଜୀବ କୁମାର ଜୋଷୀ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri