କଳାହାଣ୍ଡିର ୪ ଚାଇନା ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର: ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା,୧୬।୨(ଡି.ଏନ୍‌.ଏ.): ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍‌ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ ନ ଥିଲେ ହେଁ ୪ ଜଣ ଚାଇନା ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛି ଜିଲା ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ଉପରେ ନଜର ରଖିବାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଜିଲାର ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଚିଠି ଲେଖିଛି।
ପ୍ରକାଶ ଯେ, କଲମପୁର ବ୍ଲକର ଜଣେ ମହିଳା, କେସିଙ୍ଗା ବ୍ଲକର ଜଣେ ବ୍ୟକ୍ତି ଓ ଲାଞ୍ଜିଗଡ ବ୍ଲକର ଜଣେ ପୁରୁଷ ଓ ଜଣେ ମହିଳା ମାସେ ତଳେ ଚାଇନାରୁ ଫେରିଥିଲେ। ଇତିମଧ୍ୟରେ କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ଦେଶରୁ ଫେରିଥିବା ଏହି ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ନଜର ରଖାଯିବ। ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନ ୫ରେ ବାହାରିଲା ପ୍ରସାଦ

ପୁରୁଣା ଭୁବନେଶ୍ୱର,୨୨ା୮(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ନୀତି ୫ଘଣ୍ଟା ବିଳମ୍ବ ହେବାରୁ ବୁଧବାର ଠାକୁରଙ୍କ ପ୍ରସାଦ ବାହାରିବାରେ ବିଳମ୍ବ ହୋଇଥିଲା। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।...

ଅଯୋଗ୍ୟଙ୍କୁ କାଟିବା, ଯୋଗ୍ୟଙ୍କୁ ସହାୟତା ଦାବିରେ ତହସିଲ ସମ୍ମୁଖରେ ଧାରଣା

କଣ୍ଟାପଡା,୪।୧୨(ଡି.ଏନ୍‌.ଏ.): ବାତ୍ୟା ଫନୀରେ ଆଦୌ ଘର ନ ଭାଙ୍ଗି ଚଞ୍ଚକତା କରି ସରକାରୀ ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଫେରାଇଆଣି ଯୋଗ୍ୟ ହିତାଧିକାରୀଙ୍କୁ...

ଯୁବତୀଙ୍କୁ ଏସିଡ୍‌ ମାଡ଼: ଅଭିଯୁକ୍ତ ଅଟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ):ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ କରାଯାଇଛି। ଏଥିରେ ଯୁବତୀଙ୍କ ମୁହଁର ବାମ ପାର୍ଶ୍ୱ ପୋଡ଼ି ଯାଇଛି। ଏସିଡ୍‌ ମାଡ଼ କରିଥିବା ଯୁବକ ହେଉଛନ୍ତି...

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ରାଜ୍ୟକୁ ଫେରିଲେଣି ୧, ୩୩,୨୪୫ ପ୍ରବାସୀ: ଗଞ୍ଜାମ ଜିଲାରେ ସର୍ବାଧିକ ୫୫, ୫୬୭

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷଲକ୍ଷ ଓଡ଼ିଆ ଫସି ରହିଛନ୍ତି। କଟକଣା କୋହଳ ହେବାପରଠାରୁ ପ୍ରବାସୀମାନେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି। ଶନିବାର...

ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ...

ମାସ୍କ ବାଣ୍ଟିଲେ ହଲଧର ନାଗ

ବରଗଡ଼ ଅଫିସ୍‌,୧୬।୪- କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ମୁହଁରେ ମାସ୍କ, ଗାମୁଛା କିମ୍ବା ରୁମାଲ ବାନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି...

ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ

ଚାନ୍ଦବାଲି,୧୭।୪(ଡି.ଏନ୍‌.ଏ.)-ଭଦ୍ରକ ନେସ୍କୋ ବିଦ୍ୟୁତ୍‌ ଡିଭିଜନ, ତିହିଡ଼ି ସବ୍‌ଡିଭିଜନ ଓ ଚାନ୍ଦବାଲି ସେକ୍ସନ ଅଧୀନ ମତୋ  ୩୩/୧୧ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି।...

Advertisement
Archives

Model This Week