‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ ଧରି କମ୍ପି ଉଠିବ ମଥୁରାନଗରୀ। ଏହି ମୁକ୍ତାକାଶ ରଙ୍ଗମଞ୍ଚର ମହାନାୟକ କଂସ ମହାରାଜ ଚରିତ୍ରରେ ଏଥର କିଏ ଅଭିନୟ କରିବ ତାକୁ ନେଇ ଗତ ୨ସପ୍ତାହ ଧରି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର ଗୁରୁବାର ଧନୁଯାତ୍ରା ମହୋତ୍ସବ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗତଥରର ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କୁ ପୁଣିଥରେ କଂସ ଚରିତ୍ର ପାଇଁ ମନୋନୀତ କରାଯାଇଛି। ଏ ନେଇ ଭୁବନେଶ୍ୱରଙ୍କ ମତାମତକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…।

ଆପଣ ପୁଣିଥରେ କଂସ ମହାରାଜ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି। ଏଥିରେ ଆପଣଙ୍କ ପ୍ରତିକ୍ରିୟା ?
୨୦୧୭ ମସିହା କଂସ ଚୟନ ପ୍ରକ୍ରିୟାରେ ୨୨ଜଣ କଳାକାରଙ୍କୁ ପଛରେ ପକାଇ ମନୋନୀତ ହୋଇଥିଲି। ସେତେବେଳେ ଧନୁଯାତ୍ରାରେ କଂସ ଅଭିନୟ ପାଇଁ ମୋର ଅବଧି ୩ ବର୍ଷ ବୋଲି ଧନୁଯାତ୍ର ମହୋତ୍ସବ ସମିତିର କର୍ମକର୍ତ୍ତା କହିଥିଲେ। ଏବେ ପୁଣି ଥରେ ମୋତେ କଂସ ଭୂମିକାରେ ଅଭିନୟର ସୁଯୋଗ ମିଳିଛି। ସେଥିପାଇଁ ମୁଁ ବହୁତ ଖୁସି। ମୁଁ ସମିତିର ସବୁ ନୀତି ନିୟମ ମାନି ରହିଛି।
ପ୍ରଥମରୁ ଏଥିଲାଗି ବିବାଦ ସୃଷ୍ଟି ହୋଇଥିଲା, ଏହାର କାରଣ କ’ଣ?
ମୁଁ ସେହି ବିବାଦର କାରଣ ଖୋଜି ପାଇନାହିଁ।
ଆପଣଙ୍କ ଅଭିନୟରେ କିଛି ତ୍ରୁଟି ଥିଲା କି, ଯାହାକୁ କଳାକାର ମନୋନୟନ କମିଟି ଗ୍ରହଣ କରିପାରି ନ ଥିଲେ?
ଜାଣିବାରେ ମୋର ଅଭିନୟରେ କିଛି ତ୍ରୁଟି ନ ଥିଲା। କାରଣ ମୋର ଅଭିନୟକୁ ଗୁରୁ, ଦର୍ଶକ, କବି, କଳାକାର, ସଂସ୍କୃତିପ୍ରେମୀ ଗ୍ରହଣ କରିଥିଲେ। ମୋତେ ପୁଣି ଅଭିନୟ ସୁଯୋଗ ଦେବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତିକୁ ସେମାନେ କହିଥିଲେ।
କଂସ ଭୂମିକା ପାଇଁ କମିଟି ଖୋଜୁଥିବା ଦକ୍ଷ କଳାକାରଙ୍କ ଅଭାବ ଯୋଗୁ ଆପଣ ପୁଣିଥରେ ମନୋନୀତ ହୋଇଛନ୍ତି କି?
ମୋ କଳା ଉପରେ ମୋର ବିଶ୍ୱାସ ଅଛି। ଆଜକୁ ୪୦ବର୍ଷ ହେଲା କଳା ଜଗତରେ ପାଦ ଦେଇଛି। ଆଉ ମୋର ଅଭିନୟରେ ସମସ୍ତେ ଖୁସି ଥିବାବେଳେ କଂସ ଅଭିନୟର ଅବଧି ସରିନାହିଁ। ସେଥିପାଇଁ ମୁଁ ପୁଣି ଥରେ ମନୋନୀତ ହୋଇଛି।
ଏଥର ନିଜ ଅଭିନୟରେ କିଛି ପରିବର୍ତ୍ତନ ଆଣିବେ କି?
ତୁଳନାରେ ଏଥର ଅଭିନୟ ମୋ ପାଇଁ ଚ୍ୟାଲେଞ୍ଜ। ଆଶା ରଖିଛି, ୭୧ତମ ଧନୁଯାତ୍ରା ମୋ ଅଭିନୟ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
ଜଣେ କଳାକାର ମନୋନୟନ ପାଇଁ ବାଦବିବାଦ ସୃଷ୍ଟି ହେବା ସମ୍ପର୍କରେ କ’ଣ କହିବେ?
ବାଦ ବିବାଦରେ ଛନ୍ଦିବା ଆଦୌ ଠିକ୍‌ ନୁହେଁ। କଳାକାରଙ୍କୁ ଉତ୍ସାହ ଦେବା ନିହାତି ଜରୁରୀ। କାରଣ କଳାକାର କିଛି ଖୋଜି ନ ଥାଏ, ଦର୍ଶକଙ୍କ ଭଲ ପାଇବା ହିଁ କଳାକାରଙ୍କ ସମ୍ପତ୍ତି।
ଏଥିପାଇଁ ଶ୍ରେୟ କାହାକୁ ଦେବେ?
ସମଲେଶ୍ୱରୀ। ଜିଲାପାଳ, ଶାସନ, ପ୍ରଶାସନ, ଧନୁଯାତ୍ରା କମିଟି, ବରଗଡ଼ ଜିଲାର ଆବାଳ ବୃଦ୍ଧ ବନିତା, ପଶ୍ଚିମଓଡ଼ିଶା ଧନୁଯାତ୍ରା କଳାକାର ସଂଘ, ମିଳିତ କଳାକାର ମଞ୍ଚ, କବି, କଳାକାର, ସାହିତ୍ୟ, ସଂସ୍କୃତିପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ଆଶୀର୍ବାଦରୁ ପୁଣିଥରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ କଂସ ଭୂମିକାରେ ଅବତୀର୍ଣ୍ଣ ହେବି। ସମସ୍ତଙ୍କୁ ଏଥିପାଇଁ ଶ୍ରେୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri