କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ ନେଇ ବିବାଦ

ଧାମନଗର,୧୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ସ୍ଥାନ ନିରୂପଣ ନେଇ ବିବାଦ ସୃଷ୍ଟି ହୋଇଛି। ଏ ନେଇ ପୂର୍ବତନ ସରପଞ୍ଚ ସୁରଜିତ ପାତ୍ର ଶତାଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳ ଓ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଶିଳାନ୍ୟାସ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସେ ଦାବି ଜଣାଇଛନ୍ତି। ଜିଲା ପ୍ରଶାସନ ଏହାର ତଦନ୍ତ ପାଇଁ ବିଡିଓଙ୍କୁ ଚିଠି ମଧ୍ୟ କରିଛନ୍ତି। ନିର୍ମାଣ କାର୍ଯ୍ୟର ଅଗ୍ରଗତି ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ୨୦୧୬ରେ ତତ୍‌କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପଞ୍ଚାୟତବାସୀଙ୍କ ସୁବିଧା ଦୃଷ୍ଟିରୁ ମଧ୍ୟବର୍ତ୍ତୀ ସ୍ଥାନ ବୟାଙ୍ଗଡିହି ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୁଖ୍ୟରାସ୍ତାକୁ ଲାଗି ଥିବା ଏକ ଜମିରେ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଥିଲେ। ସେତେବେଳର ସରପଞ୍ଚଙ୍କ ଉଦ୍ୟମରେ ଧାମନଗର ତହସିଲଦାରଙ୍କ ଜରିଆରେ ୩୨୪୨ ଚିଠି ଅନୁସାରେ ଶିଳାନ୍ୟାସ କରାଯାଇଥିବା ଜମିକୁ ତହସିଲଦାର କଲ୍ୟାଣ ମଣ୍ଡପ ନାମରେ ଦେଇଥିଲେ। ସେତେବେଳେ ରକ୍ଷିତ କିସମରୁ ୧୨ ଡିସିମିଲ ଜାଗା ତହସିଲଦାର କଲ୍ୟାଣ ମଣ୍ଡପ ନାମରେ ହସ୍ତାନ୍ତର କରିଥିଲେ। ପଞ୍ଚାୟତରେ ଏକ ଫାଇଲ ଖୋଲାଯାଇ ତହସିଲଦାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଜମି ଯୋଗାଇ ଦେଇଥିଲେ। ଏହାପରେ ପୂର୍ବତନ ବିଧାୟକ ମଣ୍ଡଳ, ବିଭାଗୀୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଏବେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ସମୟରେ ସ୍ଥାନ ବଦଳାଇ ଆମ୍ବିଳି ଗଁା ନିକଟରେ କାର୍ଯ୍ୟ ଆରମ୍ଭକୁ ନେଇ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଳାନ୍ୟାସ ସ୍ଥାନକୁ ଲାଗି ୯ଟି ଓ୍ବାର୍ଡରେ ବହୁ ଜନସାଧାରଣ ବସବାସ କରୁଥିବାବେଳେ ନିର୍ମାଣ ଆରମ୍ଭ ସ୍ଥାନ ନିକଟରେ ମାତ୍ର ୬ଟି ଓ୍ବାର୍ଡ ରହିଛି। ଏହା ଏକପାଖିଆ ହେବା ସହିତ ପଞ୍ଚାୟତର ସୀମାରେ ହୋଇଥିବାରୁ ଅଧିକାଂଶ ଲୋକେ ସେବା ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିବାଦ ସୃଷ୍ଟି ହେଉଥିବା ସେ ସ୍ବୀକାର କରିଛନ୍ତି। ଲୋକକଲ୍ୟାଣ ଯୋଜନାରେ ସର୍ବସାଧାରଣଙ୍କ ସୁବିଧା ଦେଖିବାକୁ ପଡ଼ିବ। ଏହା ତଦନ୍ତସାପେକ୍ଷ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଏକ ଜାତୀୟସ୍ତରୀୟ ଇଂଲିଶ ମୁଦ୍ରିତ ଗଣମାଧ୍ୟମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁଙ୍କର ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଏହି...

ନବୀନଙ୍କ ନୂଆ ଲୁକ୍‌: ଟ୍ରାକ୍‌ଶୁଟ୍‌ ପିନ୍ଧି ଷ୍ଟାଡିୟମରେ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର କଳିଙ୍ଗ ଷ୍ଟାଡିୟମରେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। କଳା -ଧଳା ଟ୍ରାକ ପ୍ୟାଣ୍ଟ ଏବଂ ଟି-ଶର୍ଟ ଫିନ୍ଧି ମୁଖ୍ୟମନ୍ତ୍ରୀ...

ପଞ୍ଚାୟତ କ୍ଷମତାକୁ ସଙ୍କୁଚିତ କରୁଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୫ା୩(ବ୍ୟୁରୋ): ପଞ୍ଚାୟତିରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ଶାସନକୁ ବିକେନ୍ଦ୍ରୀକରଣ କରିବା। ଏହା ହେଲେ ସାଧାରଣ ଜନତାଙ୍କ ପାଖରେ ଯୋଜନା ପହଞ୍ଚିବାରେ ସହଜ ହୋଇପାରିବ। କିନ୍ତୁ ରାଜ୍ୟରେ...

ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୨୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମର ଟେଷ୍ଟିଂ କମି ନାହିଁ...

ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫କିମି ଓ ୫.୮ କିମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୫ ଦିନ ଧରି କେତେକ...

ମୋଦି ସରକାରଙ୍କ ସଫଳତାକୁ ନେଇ ଗାଁକୁ ଯିବ ଭାଜପା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି। ଏଥିସହିତ...

ଦକ୍ଷିଣ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦକ୍ଷିଣ ଓଡ଼ିଶାର। ସେ କୋରାପୁଟ ଜିଲା ଦଶମନ୍ତପୁରର ବୋଲି ଜଣାପଡ଼ିଛି।...

ପହିଲି ଭୋଗ ନୀତିରେ ବିଳମ୍ବ

ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି...

Advertisement
Archives

Model This Week