କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ କରାଯାଇଛି । ବ୍ଲକର ୧୪ଟି ପଞ୍ଚାୟତର ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସନ୍ତୋଷ କୌଶଲ୍ୟା ସଭାପତି, ଡମ୍ବରୁ କାନ୍ଧପାଣି ଉପସଭାପତି, ପୁରେନ୍ଦ୍ର କରକରିଆ ସମ୍ପାଦକ, ଗରିବ ଗରଡ଼ିଆ ସାଧାରଣ ସମ୍ପାଦକ, ଅମର କୌଶଲ୍ୟା କୋଷାଧ୍ୟକ୍ଷ ଏବଂ ନରେନ୍ଦ୍ର କରକରିଆ ସହ-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ଏଥିସହ ପଙ୍କଜ କରକରିଆ, ବାପୁଜୀ ବେନିଆ, ସୁବାସଚନ୍ଦ୍ର ନିଶିକାଙ୍କ ସମେତ ୨୦ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଛି। ଧନମଣି ଭତ୍ରା, ଧନଞ୍ଜୟ ବିଡ଼ିକା, ମହନରାଓ ମିଣିଆକା ଓ ଯଦୁମଣି ଗରଡ଼ିଆଙ୍କ ସମେତ ବରିଷ୍ଠ ବ୍ୟକ୍ତିମାନଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସାମିଲ କରାଯାଇଛି।
​ଆଗାମୀ ଦିନରେ ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକର ଓ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ପାଥେୟ କରି ସାମାଜିକ ନ୍ୟାୟ, ସମାନତା ଓ ସଚେତନତା ସୃଷ୍ଟି କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ଯୁବବର୍ଗଙ୍କୁ ଏକଜୁଟ କରି ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଯୁବମଞ୍ଚ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri