କର୍ମୀଙ୍କ ପାଇଁ ଫିଲ୍ମ ହଲ୍‌ ବୁକ୍‌ କରାଇଲେ ଅଖିଲେଶ

ଲକ୍ଷ୍ନୌ,୧୦।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍‌’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍‌ ହୋଇଛି। ଜେଏନ୍‌ୟୁ ଛାତ୍ରଙ୍କୁ ଦୀପିକା ଭେଟିବା ପରେ ତାଙ୍କ ଫିଲ୍ମ ‘ଛପାକ’କୁ ନେଇ ବିବାଦ ଦେଖାଦେଇଥିଲା। ଫିଲ୍ମ ରିଲିଜ୍‌ ହେବ ନା ନାହିଁ ସେନେଇ ମଧ୍ୟ କଳ୍ପନାଜଳ୍ପନା ଲାଗିରହିଥିଲା। ଟୁଇଟରରେ ‘ବୟକଟ୍‌ ଛପାକ୍‌’ ଟ୍ରେଣ୍ଡ କରିଥିବା ବେଳେ ଏହାକୁ କେତେକ ରାଜନେତା ମଧ୍ୟ ବିରୋଧ କରିଥିଲେ। ତେବେ ବହୁ ବାଦବିବାଦ ପରେ ଶେଷରେ ଫିଲ୍ମଟି ରିଲିଜ୍‌ ହୋଇଛି। ଇତିମଧ୍ୟରେ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଦୀପିକାଙ୍କୁ ସମର୍ଥନ ଜଣାଇ ନିଜ ଦଳର କର୍ମକର୍ତ୍ତାଙ୍କୁ ଏହି ଫିଲ୍ମ ଦେଖାଇବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଲକ୍ଷ୍ନୌର ଏକ ସିନେମା ହଲ୍‌ ମଧ୍ୟ ବୁକ୍‌ କରିସାରିଛନ୍ତି। ଏନେଇ ଦଳର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। ଅପରପକ୍ଷେ ଛତିଶଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଶାସିତ ରାଜ୍ୟରେ ଛପାକ୍‌କୁ ଟ୍ୟାକ୍ସ ଫ୍ରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ୮୦ ଲକ୍ଷ ଲୋକଙ୍କୁ କରାଯାଇଛି ବନ୍ଦୀ: ଶାହ ଫୈସଲ୍‌

ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍‌। ଫୈସଲ୍‌ ପୂର୍ବରୁ ଆଇଏଏସ୍‌ ଅଫିସର...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ...

କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌...

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ...

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ...

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ...

ବିଧାୟକଙ୍କ ସହ କ୍ରିକେଟ ଖେଳିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୭ା୭ : କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ପ୍ରଦେଶ ଭାଜପା ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ଦଳର ବିଧାୟକଙ୍କ ସହିତ ମିଶି ମଙ୍ଗଳବାର ବେଙ୍ଗାଲୁରୁରେ...

Coronavirus Update


Archives

Model This Week

Why Dharitri