Posted inଜାତୀୟ

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ମକର୍ତ୍ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛୁଟି କାଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜିତୁ ପଟଓ୍ବାରୀ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟପ୍ରଦେଶର ରିଓ୍ବାକୁ ଦିନିକିଆ ଗସ୍ତରେ ଯାଇଥିଲେ। ରିଓ୍ବା ସର୍କିଟ ହାଉସରେ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ସେହି ସମୟରେ କଂଗ୍ରେସର କିଛି କର୍ମକର୍ତ୍ତା ରୁମ୍‌ ଭିତରକୁ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ। ଏହାପରେ ମନ୍ତ୍ରୀ ନିଜେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଘଉଡ଼ାଇବା ସମୟରେ ତାଙ୍କୁ ପ୍ରଥମେ ଧକ୍କା ବାଜିବାରୁ ଜଣେ କର୍ମକର୍ତ୍ତାଙ୍କୁ ସେ ଗୋଇଠା ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ବିଜେପି ଏହାକୁ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?