Posted inଜାତୀୟ

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ମକର୍ତ୍ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛୁଟି କାଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜିତୁ ପଟଓ୍ବାରୀ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟପ୍ରଦେଶର ରିଓ୍ବାକୁ ଦିନିକିଆ ଗସ୍ତରେ ଯାଇଥିଲେ। ରିଓ୍ବା ସର୍କିଟ ହାଉସରେ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ସେହି ସମୟରେ କଂଗ୍ରେସର କିଛି କର୍ମକର୍ତ୍ତା ରୁମ୍‌ ଭିତରକୁ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ। ଏହାପରେ ମନ୍ତ୍ରୀ ନିଜେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଘଉଡ଼ାଇବା ସମୟରେ ତାଙ୍କୁ ପ୍ରଥମେ ଧକ୍କା ବାଜିବାରୁ ଜଣେ କର୍ମକର୍ତ୍ତାଙ୍କୁ ସେ ଗୋଇଠା ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ବିଜେପି ଏହାକୁ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୦ା୭: ଲୋକ ସଭାରେ ଶୁକ୍ରବାର ମାନବାଧିକାର ସୁରକ୍ଷା ସଂଶୋଧନ ବିଲ୍‌ ଗୃହୀତ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଅଧ୍ୟକ୍ଷ...

‘ଏବେ ନୀରବ ମୋଦି, ବିଜୟ ମାଲ୍ୟାଙ୍କୁ ଭାଜପା ଦଳରେ ନେବାକୁ ଅଛି ବାକି’

ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ପୁଣିଥରେ ମୁଖପତ୍ର ସାମ୍‌ନା ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛି। ଏଥର ସାମ୍‌ନାର ସମ୍ପାଦକୀୟରେ ଲେଖାଯାଇଛି ଯେ, ମହାରାଷ୍ଟ୍ରରେ...

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।...

ଦକ୍ଷିଣ ଭାରତରେ ଆଇଏସ୍‌ ଟ୍ରେନିଂ କ୍ୟାମ୍ପ୍‌-ଲଞ୍ଚପ୍ୟାଡ୍‌, ସତର୍କ ସୂଚନା ଜାରି କଲା ଏନ୍‌ଆଇଏ…

ନୂଆଦିଲ୍ଲୀ,୨୦।୯: ଦଦକ୍ଷିଣ ଭାରତରେ ଆଇଏସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ଧୀରେଧୀରେ ବିସ୍ତାର ହେଉଛି। ସେହିପରି ଏଠାରେ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବା ଆରମ୍ଭ କରିଛି। ଏନେଇ ଏନ୍‌ଆଇଏ...

ଏମ୍ସରେ ମନମୋହନ ସିଂ

ନୂଆଦିଲ୍ଲୀ,୧୧ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌...

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର...

ଧାରା ୩୭୦, ତିନ ତଲାକ କଥା ପଚାରିବାକୁ ମୋଦି କହିଲେ ନିର୍ବାଚନ ଲଢିବାର ଅଛିକି

ନୂଆଦିଲ୍ଲୀ,୧୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନସିଂ ଜରିଆରେ ମଧ୍ୟପ୍ରଦେଶରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ରେ ନିର୍ମାଣ କରାଯାଇଥିବା ୧.୭୫ ଲକ୍ଷ ଘରର ଉଦ୍‌ଘାଟନ...

ଆଜି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅ ବିବାହ, ନଡ୍ଡାଙ୍କ ସମେତ ନେତା, ମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୬।୬: କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅଙ୍କ ବିବାହ ମଙ୍ଗଳବାର ଗ୍ବାଲିୟରରେ ହେବ। ବିବାହ ଉତ୍ସବରେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ କେତେକ କେନ୍ଦ୍ର...

Advertisement
Archives

Model This Week