କର୍ତ୍ତୃପକ୍ଷ ଶୁଣିଲେନି, ଏକାଠି ହୋଇ କେନାଲ ଖୋଳିଲେ ଚାଷୀ

ଦିଗପହଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମୁଳା ଗ୍ରାମର ଚାଷଜମିକୁ ଜଳ ଯୋଗାଣ ପାଇଁ କହ୍ନେଇ ନାଳ ଜଳସେଚନ ପ୍ରକଳ୍ପର ଶାଖା କେନାଲ ଦୀର୍ଘବର୍ଷ ହେଲା ଅଳିଆ ଆବର୍ଜନାରେ ପୋତି ହୋଇଥିଲା। ଗ୍ରାମର ମା’ ବାଙ୍କେଶ୍ୱରୀ ମନ୍ଦିରଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୮ ଶହ ଫୁଟ ଲମ୍ବ କେନାଲଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବାରୁ ସାନଡୁମୁଳା, ବୀରପଦ୍ମନାଭ ପୁର ଏବଂ ବଡ଼ଡୁମୁଳା ଅଧିନସ୍ଥ ପ୍ରାୟ ୧ ହାଜର ଏକରରୁ ଊର୍ଦ୍ଧ୍ୱ ଚାଷଜମିକୁ କେନାଲ ପାଣି ମାଡ଼ି ପାରୁ ନ ଥିଲା। ଫଳରେ ଗ୍ରାମ ସଂଲଗ୍ନ ଚାଷଜମି ଜଳସେଚନରୁ ବଞ୍ଚିତ ହୋଇଆସୁଥିଲା। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସାମାଜିକ କର୍ମୀ ଡ. ପ୍ରଫୁଲ୍ଲ ପଧାନଙ୍କ ନେତୃତ୍ୱରେ ଗ୍ରାମର ବହୁ ସଂଖ୍ୟକ ଚାଷୀ ଦିଗପହଣ୍ଡିସ୍ଥିତ କ୍ଷୁଦ୍ର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀମାନଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଚାଷୀମାନେ ମିଳିତ ହୋଇ ପ୍ରାୟ ୮ ଶହ ଫୁଟ ଲମ୍ବ କେନାଲର ପୁନରୁଦ୍ଧାର କରିଛନ୍ତି। ଚାଷୀଙ୍କ ଏପରି କାମକୁ ସାଧାରଣରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ଶୁଣିଲାନି ଗ୍ରାମବାସୀ କଲେ ରାସ୍ତା

ଆର.ଉଦୟଗିରି,୮।୫(ଡି.ଏନ.ଏ.): ସରକାର ଗାଁ ଗାଁକୁ ସଂଯୋଗ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ମଧ୍ୟ...

୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ...

ବସ ଷ୍ଟାଣ୍ଡରେ ବୁଲଥିଲା ବେଳେ ପୋଲିସର ହେଲା ସନ୍ଦେହ, ୨ ଯୁବକ ଗିରଫ

ଭଦ୍ରକ ଅଫିସ,୬।୭: ଭଦ୍ରକ ଟାଉନ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ୧୧ କେଜି ଗଞ୍ଜେଇ ସହ ୨ ଜଣ ଅବିଯୁକ୍ତଙ୍କୁ ଗିରଫ କରିଛି । ପାଟ୍ରୋଲିଂ ସମୟରେ...

ଭାଗବତ ଟୁଙ୍ଗି ପରମ୍ପରାର ସଂରକ୍ଷକ ରମେଶ

ଚନ୍ଦାହାଣ୍ଡି,୯ା୩(ଡି.ଏନ୍‌.ଏ.)  ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ...

ପୋଲିସ କାର୍ଯ୍ୟାଳୟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ କୁମାରୀ ହେମଲା।...

କଟକଣା କୋହଳ ପରେ ଭିଡ଼ ଅସମ୍ଭାଳ: ଛାଇରେ ବସି ରହୁଛି ପୋଲିସ

ଝାରସୁଗୁଡା ଅଫିସ,୮।୫-କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟ ଦୁଇଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି...

ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ...

ସାଢେ ୫ଘଣ୍ଟା ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

କୁଆଁରମୁଣ୍ଡା,୨୭।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆରମୁଣ୍ଡା ବ୍ଲକ କୁମଝରିଆସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଶନିବାର...

Advertisement
Archives

Model This Week