କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ ୪୨୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୭୫ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସାର୍ସ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌) ମୃତ୍ୟୁଠାରୁ ମଧ୍ୟ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ଚାଇନାରେ ୩୪୯ ଜଣ ପ୍ରାଣ ହରାଇଥିଲେ। ବିଶ୍ୱବ୍ୟାପୀ ଏହାଦ୍ୱାରା ପ୍ରାୟ ୮୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏବେ କରୋନା ଭାଇରସ୍‌ ସଂକ୍ରମଣ କ୍ରମଶଃ ମହାମାରୀର ରୂପ ଧାରଣ କରୁଥିବାବେଳେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିସାରିଛି। ଭାରତ, ହଂକଂ ଓ ଫିଲିପାଇନ୍ସର ଲୋକମାନେ କରୋନା ଭାଇରସ୍‌ ଦ୍ୱାରା ପ୍ରାଣ ମଧ୍ୟ ହରାଇ ସାରିଲେଣି। ସର୍ଜିକାଲ ମାସ୍କ, ମେଡିକାଲ ଇକ୍ୟୁପ୍‌ମେଣ୍ଟ, ପ୍ରୋଟେକ୍ଟିଭ୍‌ ସୁଟ୍‌ସ, ସେଫ୍ଟି ଗୁଗ୍‌ଲ୍ସ ସବୁ ଫେଲ୍‌ ମାରିବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ଦୁଇ ସପ୍ତାହ ହେବ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଥିବାବେଳେ ମୃତ୍ୟୁକୁ ରୋକାଯାଇପାରୁନି। ଚାଇନାରେ ଏବେ ୨୦, ୪୩୮ ବ୍ୟକ୍ତି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଆମେରିକା, ଜାପାନ, ଥାଇଲାଣ୍ଡ, ବ୍ରିଟେନ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜର୍ମାନୀ, ଇଟାଲୀ, ରୁଷିଆ, ବେଲଜିିୟମ୍‌, ହଂକଂ ଆଦି ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଭାରତ ଭଳି ଅନେକ ଦେଶରେ ଚାଇନା ଫେରନ୍ତା ବିଦେଶୀ ନାଗରିକଙ୍କୁ ପ୍ରବେଶ ଲାଗି ବାରଣ କରାଯାଇଛି। ଭାରତରେ ଚାଇନା ଫେରନ୍ତା ବିଦେଶୀ ନାଗରିକଙ୍କ ଇ-ଭିଜା ସୁବିଧାକୁ ସାମୟିକ ଭାବେ ବାତିଲ କରାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟି ବୈଠକ ଡାକି ବରିଷ୍ଠ ଅଧିକାରୀମାନଙ୍କୁ କେତେକ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଯଥାସମ୍ଭବ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ବିବାଦ: ମୃତ୍ୟୁସଂଖ୍ୟା ସ୍ପଷ୍ଟ ଲାଗି କମିଶନ ବସାଅ

ନୂଆଦିଲ୍ଲୀ,୭ା୫: ଭାରତରେ କୋଭିଡ୍‌ ମହାମାରୀରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ...

ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ରହିବ ଅଧିକାର…

ମୁମ୍ବାଇ, ୨୬।୮: ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ହିଁ ଅଧିକାର ରହିବ। ଏନେଇ ସେ ଆଇନଗତ ଆଶ୍ରୟ ନେଇ ପାରିବେ ବୋଲି ବମ୍ବେ ହାଇକୋର୍ଟ...

ବ୍ଲଡ୍‌ ଗ୍ରୁପ୍‌ ଜଣାଇବ ହୃଦ୍‌ଘାତ ଆଶଙ୍କା

ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍‌ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍‌ ସ୍କୁଲ ଅଫ୍‌ ମେଡିସିନ୍‌...

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଭାରତୀୟ ଜନତା...

ରୁଷିଆକୁ ଡରୁଛି ଜର୍ମାନୀ

ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ...

ଖଣି ଭୁଶୁଡି ଚାଲିଗଲା ୪ ଜୀବନ, ଫସି ରହିଛନ୍ତି ୧୨ରୁ ଅଧିକ

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗ୍ରାମବାସୀ ଫସି...

‘ପୋଲିଂ ଡେ’କୁ ‘ପବ୍ଲିକ ହଲିଡେ’ ଘୋଷଣା କଲେ ଗୋଆ ସରକାର

ପଣଜୀ,୮ ।୨: ପାଖେଇ ଆସିଲାଣି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି କ୍ରମରେ ଗୋଆ ବିଧାନସଭା ପାଇଁ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ...

ନିଜକୁ ଗୁଳି ମାରିଲେ ଲେଫନାଣ୍ଟ କର୍ନେଲ

ଶ୍ରୀନଗର,୩।୩:ଶ୍ରୀନଗର ଉପକଣ୍ଠ ଖାନମୋହରେ ଜଣେ ଲେଫ୍ଟନାଣ୍ଟ କର୍ନେଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେନା ଅଧିକାରୀ କାହଁିକି ଏପରି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର...

Advertisement
Archives

Model This Week