କରୋନା ସ୍ଥିତି ସମୀକ୍ଷା, ହାଟବଜାର ପରିଦର୍ଶନ କଲେ ଉପଜିଲାପାଳ

ବିଜେପୁର, ୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହାକୁ ପ୍ରତିହତ କରିବାର ଏକମାତ୍ର ମାଧ୍ୟମ ହେଲା ଜନଗହଳିରୁ ଦୂରେଇ ରହିବା। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବୁଧବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦର୍‌ଓ୍ବାନ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ସେ ପ୍ରଥମେ ଅସ୍ଥାୟୀ ଭାବେ ବସୁଥିବା ହାଇସ୍କୁଲ ପଡ଼ିଆର ଡେଲି ମାର୍କେଟକୁ ଯାଇଥିଲେ। ବ୍ୟବସାୟୀଙ୍କ ମଧ୍ୟରେ ୪ଫୁଟ ବ୍ୟବଧାନ ରଖିବା ସହ ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଏନ୍‌ଏସିର ବିଭିନ୍ନ ରାଶନ ଦୋକାନ ପରିଦର୍ଶନ କରିବା ସହ ସକାଳ ୭ଟାରୁ ଅପରାହ୍ନ ୪ଟାଯାଏ ଖୋଲା ରଖିବାକୁ ପରାମର୍ଶ ଦେଇଥିଲେ। ବିଦେଶୀ ଓ ଦେଶୀ ମଦ ଦୋକାନ ପରିଦର୍ଶନ କରିବା ସହ ଆଗାମୀ ୨୯ ତାରିଖ ଯାଏ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଉପଜିଲାପାଳ ହସ୍ପପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ଏନ୍‌ଏସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମାତ୍ର ୪/୫ଜଣ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଛନ୍ତି। ସେହିପରି ୨୩ ପଞ୍ଚାୟତବିଶିଷ୍ଟ ଏହି ବ୍ଲକରେ ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୫୦ଜଣ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି। ବିଡିଓ ପଦ୍ମନାଭ ସାମନ୍ତରାୟ, ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର ପ୍ରମୁଖ ଉପଜିଲାପାଳଙ୍କ ସହ ପରିଦର୍ଶନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ...

ସହର ଫେରନ୍ତାଙ୍କୁ ନେଇ ଚିନ୍ତା

ଭୁବନ, ୬ା୪(ସ୍ବ.ପ୍ର.):କରୋନା ସଂକ୍ରମଣର ହଟ୍‌ଜୋନ୍‌ ପାଲଟିଛି ଭୁବନେଶ୍ୱର। ସ୍ମାର୍ଟସିଟିରେ କଟକଣା ଜୋର୍‌ଦାର କରାଯିବା ପରେ ଏବେ ଗ୍ରାମାଞ୍ଚଳ ମୁହଁ। ହୋଇଛନ୍ତି ଅନେକେ। ଲକ୍‌ଡାଉନ୍‌ ସତ୍ତ୍ୱେ ସେମାନେ...

ଅଗ୍ନିକାଣ୍ଡ: ୧୧ ବଖରା ପାଉଁଶ

ଭୁବନ/ଆଠମଲ୍ଲିକ, ୧୬।୫ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ତେଲିସାହିରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଶଙ୍କର୍ଷଣ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ...

ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା...

ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ...

ମିଳୁନି ଟେର୍‌, ୩ ଟିମ୍‌ର ତନାଘନା

ନୟାଗଡ଼ ଅଫିସ୍‌/ରଣପୁର, ୧୪ା୧୨(ସ୍ବ.ପ୍ର.):ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ରଣପୁର ଥାନା ସୁନାଖଳା ଫାଣ୍ଡି ବଧିପାଟଣା...

ମିଲର ଅପେକ୍ଷାରେ ଚାଷୀ: ଖରା କାକରରେ ମଣ୍ଡିରେ ପଡ଼ିଛି ଧାନ

ନୟାଗଡ ଅଫିସ,୨୧ା୨: ଖରା କାକରରେ ମଣ୍ଡିରେ ପଡିରହିଛି ଧାନ। କେଉଁଠି ଦୁଇଦିନ ତ ଆଉ କେଉଁଠି ୩ଦିନ ହେଲା ଚାଷୀ ଧାନବସ୍ତା ଜଗି ରହିଛି। ହେଲେ...

Advertisement
Archives

Model This Week