କରୋନା ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯିବ

କଟକ ଅଫିସ୍‌,୯।୫: ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନର ଶୁକ୍ରବାର ଶୁଭାରମ୍ଭ ହୋଇଛି। ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟର ୨୭ଟି ଜିଲାରେ ୧୦୧ଟି ପଞ୍ଜୀକୃତ ଅନୁଦାନ ପ୍ରାପ୍ତ ଶିଶୁ ସୁରକ୍ଷା ସଂସ୍ଥାରେ ଥିବା ୩୩୨୨ ଶିଶୁଙ୍କୁ ହାଇଜେନିକ୍‌ କିଟ୍‌ ବିତରଣ କରାଯିବ। ଏହା ସହିତ କରୋନା ସମ୍ପର୍କରେ ସଚେତନ କରାଯିବ। ରାଜ୍ୟ ଆଇନସେବା ପ୍ରାଧିକରଣ, ୟୁନିସେଫ ଏବଂ ପାରାଦୀପ ଫସପେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମିନାକ୍ଷୀ ଦାସ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ରାଜ୍ୟ ଆଇନ ସେବା ପ୍ରାଧିକରଣର ଉପ ସଚିବ ଜ୍ୟୋତିରଞ୍ଜନ ଦାସ, ସହ ସଚିବ ରୁଦ୍ର ପ୍ରକାଶ ନାୟକ, ୟୁନିସେଫର ମୋନିକା ଓଲେଜକା ନିଏଲସେନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୬ା୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି...

ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ଶିଳ୍ପୀ ବାଟିକା:ଜିବୀକା ହରାଇଛନ୍ତି ୫୦୦ରୁ ଊର୍ଦ୍ଧ୍ୱ କାରିଗର

କୋଣାର୍କ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ସାମାଜିକ ସଂଗଠନ ଅର୍କଶ୍ରୀ ଦ୍ୱାରା ପ୍ରତିଷ୍ଠିତ ଶିଳ୍ପୀ ବାଟିକା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଏହା ଉପରେ ନିର୍ଭର କରୁଥିବା ୫୦୦ରୁ...

ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଅଙ୍କକଷା

ନବରଙ୍ଗପୁର,୧୭।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ। ଏବେଠୁ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ବିଶେଷ ଭାବେ ସମିତି ସଭ୍ୟ ଓ...

କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ...

ବିନା ଭକ୍ତରେ ଧବଳମୁଖୀ ବେଶରେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ,୧୭ା୯: ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଗୁରୁବାର ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି ପୀଠରେ ମହାଳୟା ତିଥି...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବିଏମ୍‌ସିର ୬ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ...

ସଂଶୋଧନ ହେଲା ଏନ୍‌ଏଚ୍‌ ଫି ରୁଲ: ଫାସଟାଗ ବୈଧ ନ ଥିଲେ ଗାଡିମାଲିକ ଗଣିବେ ୨ ଗୁଣା ଟିକସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଫାସଟାଗ ନ ଥିବା, ବୈଧ ନ ଥିବା କିମ୍ବା ଅକାମି ହୋଇଯାଇଥିବା ଫାସଟାଗ ଗାଡିମାଲିକମାନେ ସାବଧାନ। ଫାସଟାଗ ନ ଥାଇ କିମ୍ବା ଅବୈଧ ଫାସଟାଗ ଥାଇ...

ସାନ ଦେଉଛନ୍ତି ଶୃଙ୍ଖଳାର ନିଦର୍ଶନ, ବଡ଼ ଭାଙ୍ଗୁଛନ୍ତି ନିୟମ: ବାଗ୍‌ଚୀ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି। ଏହାପଛରେ ଥିବା କାରଣଟି ହେଲା ଓଡ଼ିଶାର...

Advertisement
Archives

Model This Week