‘କରୋନା’ ସଚେତନତା କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ, ଦାମ

ଔପଦା,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ଓ ଗଡ଼ସାହି ହାଟରେ ଗୁରୁବାର ଅପରାହ୍ନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜନହିତ ଯୁବକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ଦାମୋଦର ପଣ୍ଡା ସାମିଲ ହୋଇଥିଲେ।
ଖଇରା ଜନହିତ ଯୁବକ ସଂଘର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଔପଦା ବଜାରରେ ପହଞ୍ଚିଥିଲେ। ବିଶିଷ୍ଟ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ଦାମ ପଣ୍ଡା ସ୍ବେଚ୍ଛାସେବୀମାନଙ୍କ ସହ ସାମିଲ ହୋଇ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ଘଣ୍ଟା ବଜାଇ କରୋନାକୁ ଭୟ କର ନାହଁି, ସତର୍କ ରୁହ ସ୍ଲୋଗାନ ଦେଇ ଗଡ଼ସାହି ହାଟରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ତାଙ୍କ ସହ ଯୋଗଦେଇଥିଲେ। ଗଡ଼ସାହି ହାଟ ମଧ୍ୟସ୍ଥ ଏକ ଖୋଲା ସ୍ଥାନରେ ସ୍ବେଚ୍ଛାସେବୀମାନଙ୍କ ସହ କଳାକାର ଦୈତାରୀ ପଣ୍ଡା ଲୋକଙ୍କୁ ସାବୁନରେ ଦିନକୁ ବାରମ୍ବାର ହାତ ଧୋଇବା ସହ କାଶ, ଛିଙ୍କ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠାରୁ ଏକ ମିଟର ଦୂରତାରେ ରହିବା ସହ ଅଯଥା ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସହ ମିଳାମିଶା ନ କରିବା ଭଲ ଏବଂ କାଶ ଜ୍ୱର ନ ଛାଡ଼ିଲେ ନିକଟସ୍ଥ ଡାକ୍ତରଖାନା ଯାଆନ୍ତୁ ବୋଲି ନିବେଦନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍‌ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର...

ଘରକୁ ଫେରିଲେ ଅପହୃତା ଦଶମ ଶ୍ରେଣୀ ଛାତ୍ରୀ

କୁଳିଅଣା,୩ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ପୋଲିସ ଉକ୍ତ ନାବାଳିକାଙ୍କୁ ତାଙ୍କ ପରିବାର...

ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ

ବାଣପୁର,୨୮।୯(ଡି.ଏନ୍‌.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ...

କଳାରେ ୫୭.୮୧ %, ବାଣିଜ୍ୟରେ ୫୨.୫୬ %

ଅନୁଗୋଳ ଅଫିସ,୨୨।୬ – ଯୁକ୍ତ୨ ବାଣିଜ୍ୟ ଏବଂ କଳା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ କଳାରେ ପରୀକ୍ଷା ଦେଇଥିବା ମୋଟ୍‌ ୫୭୩୨...

ଅନ୍ତର୍ଜାତୀୟ ମହିଳା ଦିବସ: ‘ଦକ୍ଷତା ବିକାଶ ଆଧାରରେ ପରିଚୟ ସୃଷ୍ଟି କରିବାକୁ ଆହ୍ବାନ’

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କିଶୋର କୁମାର ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରି...

‘ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ କରାଯାଉ’

ବାଲେଶ୍ୱର ଅଫିସ,୧୧।୭- ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ ପରିଚାଳନା କରାଯାଉ ବୋଲି ବାଲେଶ୍ୱର ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଦାବି କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ଟା...

ମୃତ ଭାବି ଶ୍ମଶାନ ନେଉଥିଲେ ପରିବାର ଲୋକେ, କିନ୍ତୁ ଜୁଇରୁ ଫେରିଆସିଲେ ମୃତକ

ସୋରଡ଼ା,୧୩।୧୦(ଡି.ଏନ୍‌.ଏ.): କୁହାଯାଏ ନିମିଷେ ମାତ୍ର ଆୟୁଷ ଥିଲେ ଯମ ନେଇପାରେ ନାହିଁ। ଠିକ୍‌ ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର...

ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ...

Advertisement
Archives

Model This Week