Posted inଖେଳ

କରୋନା ସଂକ୍ରମଣ ସତ୍ତ୍ୱେ ଜାତୀୟ ହକି କ୍ୟାମ୍ପ ଆରମ୍ଭ ହେବ

ନୂଆଦିଲ୍ଳୀ,୧୩।୮(ପି.ଟି.): କେତୋଟି କୋଭିଡ୍‌-୧୯ ମାମଲା ସତ୍ତ୍ୱେ ଅଗଷ୍ଟ ୧୯ ତାରିଖରୁ ଭାରତୀୟ ଜାତୀୟ ହକି ଦଳ ପାଇଁ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ ଭାରତୀୟ ଦଳର ଅଧ ଡଜନ ଖେଳାଳି କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଥିଲା। ତେବେ ଏହା ଟ୍ରେନିଂ କ୍ୟାମ୍ପକୁ ପ୍ରଭାବିତ କରିବନି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଉଭୟ ପୁରୁଷ ଓ ମହିଳା ଦଳଗୁଡିକର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଖେଳାଳିମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ କରିବା ପରେ କ୍ୟାମ୍ପ ଆରମ୍ଭ ହେବ ବୋଲି ସାଇ ତରଫରୁ ବୁଧବାର କୁହାଯାଇଛି। ହକି ଇଣ୍ଡିଆ ଅଧିକାରୀ ଓ ଉଭୟ ଦଳର ମୁଖ୍ୟ କୋଚ୍‌ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।
ଆଥଲେଟମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଓ ନିରାପତ୍ତାକୁ ପ୍ରଧାନ୍ୟ ଦିଆଯିବା ପରେ କ୍ରୀଡ଼ା କାର୍ଯ୍ୟକଳାପକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବେଙ୍ଗାଲୁରୁର ସାଇ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ କ୍ୟାମ୍ପ ଆରମ୍ଭ ହେବ ବୋଲି ସାଇ ତରଫରୁ କୁହାଯାଇଛି। ୬ଜଣ ପୁରୁଷ ହକି ଖେଳାଳି ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିବା ପରେ ପୁରୁଷ କ୍ୟାମ୍ପ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ତେବେ ମହିଳା ଖେଳାଳିମାନେ ପରୀକ୍ଷାରେ ନେଗେଟିଭ୍‌ ବୋଲି ଜଣାପଡିଥିଲା। ଫଳରେ ମହିଳା କ୍ୟାମ୍ପ ଆୟୋଜନ ନେଇ କୌଣସି ଆଶଙ୍କା ନ ଥିଲା।
ଅଧିନାୟକ ମନପ୍ରୀତ, ଷ୍ଟ୍ରାଇକର ମନଦୀପ ସିଂ, ଡିଫେଣ୍ଡର୍ସ ସୁରେନ୍ଦର କୁମାର, ଜଶକରନ ସିଂ, ଡ୍ରାଗ୍‌ ଫ୍ଲିକର ବରୁଣ କୁମାର ଓ ଗୋଲ କିପର କ୍ରିଷନ ବାହାଦୁର ପାଠକ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କ୍ୟାମ୍ପ ପାଇଁ ଏବେ ୩୩ ପୁରୁଷ ଓ ୨୪ଜଣ ମହିଳା ଖେଳାଳି ବେଙ୍ଗାଲୁରୁରେ ଅଛନ୍ତି। ଏହି କ୍ୟାମ୍ପ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୁଷ ହକି ଦଳ ମୁଖ୍ୟ କୋଚ୍‌ ଗ୍ରାହମ ରେଡ୍‌ ଓ ମହିଳା କୋଚ୍‌ ଜୋଏର୍ଡ ମାରିଜନେ କ୍ୟାମ୍ପର ସଫଳତା ନେଇ ଆଶାବାଦୀ ଅଛନ୍ତି। ଜୈବ ସୁରକ୍ଷିତ ପରିବେଶରେ କ୍ୟାମ୍ପରେ ମୁଖ୍ୟତଃ ଟିମ୍‌ ଫିଟ୍‌ନେସ ନେଇ କାର୍ଯ୍ୟ କରାଯିବ ବୋଲି ମାରିଜନେ କହିଛନ୍ତି। କ୍ୟାମ୍ପ ଆରମ୍ଭ ହେବା ନେଇ ଖେଳାଳିଙ୍କଠାରୁ ସକାରାତ୍ମକ ମନୋଭାବ ଦେଖିବାକୁ ମିଳିଛି ବୋଲି ରେଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?