କରୋନା ଯୋଦ୍ଧା ଭାବେ ଗଞ୍ଜାମ ଆଇଆଇସି ସମ୍ବର୍ଦ୍ଧିତ

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ପାଇଁ ଲୋକେ ଚିନ୍ତିତ। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି। ଏଥିପାଇଁ ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଦିନ ରାତି ଏକ କରିଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏହାକୁ ରାଜ୍ୟବାସୀ ପାଳନ ମଧ୍ୟ କରିଛନ୍ତି । ଏହି ଅବସରରେ ସହରରେ କରୋନା ମୁକାବିଲା ନିମନ୍ତେ ଅତୁଳନୀୟ ଅବଦାନ ଯୋଗୁ ଗଞ୍ଜାମ ଥାନା ଆଇଆଇସି ଦିଲୀପ କୁମାର ସାହୁଙ୍କୁ ତ୍ରିବେଣୀ ଛକ ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ନିର୍ବାଚନ ଦୟିତ୍ୱରେ ଥିବା ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷା ନୀଳାଞ୍ଚଳ ବାରିକ, ସାଗର ତରାଇ, ରଞ୍ଜିତ କୁମାର ସାହୁ, ଅଜୁ ସାହୁ, ଗଙ୍ଗା ରାଉଳ, ଶଙ୍କର ସାହୁ, ପିଣ୍ଟୁ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ସାନ ବଜାରଠାରେ ମଧ୍ୟ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା, ରତ୍ନାକର ଦଳାଇ, ବାପୁନି ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଜିଲାରୁ ୪୩୯, ସହରରୁ ୨୭୬ ପଜିଟିଭ

କଟକ ଅଫିସ,୨୬ା୮- କଟକ ଜିଲାରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୪୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସେଥିରେ ସହରରୁ...

ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ...

୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ...

‘ଜନସହଯୋଗ ଦ୍ୱାରା ଦୁର୍ନୀତିକୁ ରୋକି ହେବ’

ବାଲେଶ୍ୱର ଅଫିସ,୩୧।୧୦- ଜନ ସଚେତନତା ସୃଷ୍ଟି ଓ ଲୋକଙ୍କ ସହଯୋଗ ଦ୍ୱାରା ଦୁର୍ନୀତି ହ୍ରାସ କରାଯାଇ ପାରିବ ବୋଲି ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ...

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା।...

ଗଞ୍ଜାମକୁ ଆସିଲା ଆଣ୍ଟିଜେନ କିଟ୍‌, ଟେଷ୍ଟିଙ୍ଗ ଆରମ୍ଭ: ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍‌ କିଟ୍‌ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍‌ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ...

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି।...

Advertisement


Archives

Model This Week