Advertisement

କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଅଙ୍ଗନୱାଡ଼ି କେନ୍ଦ୍ର-୧ର କର୍ମୀ ରମା ସାହୁଙ୍କୁ ପ୍ରଶଂସା କରିଛନ୍ତି। ରମା କର୍କଟ ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଘର ଘର ବୁଲି ୨୦୧ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। କଠିନ ପରିସ୍ଥିତିରେ କାର୍ଯ୍ୟ ଦକ୍ଷତା ନିମନ୍ତେ ରମାଙ୍କୁ କୋଭିଡ୍‌ -୧୯ ଯୁଦ୍ଧର ମହାନାୟିକା କୁହାଯାଇଛି।
୨୦୦୩ ମସିହାରୁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିବା ରମା ତାଙ୍କର କାର୍ଯ୍ୟ କୁଶଳତା ପାଇଁ ଗ୍ରାମରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨ ସନ୍ତାନଙ୍କ ଅକାଳ ବିୟୋଗ ପରେ ସେ ନିଜ ପୁତୁରା (ଭାଇଙ୍କ ପୁଅ)ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। କର୍କଟ ଆକ୍ରାନ୍ତ ହେବା ପରେ ୨୦୧୪ରୁ ସେ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହୋଇ ଆସୁଛନ୍ତି। ସଂପ୍ରତି କୋଭିଡ୍‌ -୧୯ ମୁକାବିଲା ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସେ ନିଷ୍ଠାର ସହ ତୁଲାଇ ଆସୁଛନ୍ତି। ଆବଶ୍ୟକ ସୁରକ୍ଷା ସରଞ୍ଜାମ ପିନ୍ଧି ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଯେତେଦିନ ପର୍ଯ୍ୟନ୍ତ ପାରୁଛି ଜନସେବା କରିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରାମା। ରମା ଦିଦିଙ୍କ କାମ ପ୍ରତି ଆନ୍ତରିକତା ସ୍ବତନ୍ତ୍ର ବୋଲି ସିଡ଼ିପିଓ ଶୁଭଶ୍ରୀ ପାତ୍ର କହିଛନ୍ତି। ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର ଓ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ରମାଙ୍କ କାର୍ଯ୍ୟ ଶୈଳୀ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି। ।


Enter your email to get our daily news in your inbox.

All Right Reserved By Dharitri.Com

ଅଚଳ ନଳକୂପ ମରାମତି କର

ବଇଣ୍ଡା,୧୨।୩(ଡି.ଏନ.ଏ.) ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାରେ କିପରି ସୁଧାର ଅଣାଯିବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ...

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍‌

ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍‌ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି ଓ...

୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍‌ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍‌କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ...

ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ ଅଫିସ,୧୧ା୭: ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଏନେଇ ରବିବାର ଶ୍ରୀମନ୍ଦିରରୁ ତିନି ରଥକୁ...

ଆହୁରି ୨୪ ଘଣ୍ଟା ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୮ା୫(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ...

ଭୋଟବାକ୍ସ ସିଲ୍‌ ଖୋଲା ନେଇ ଉତ୍ତେଜନା

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟକୁ ଅସ୍ଥାୟୀ ଭୋଟବାକ୍ସ ସଂରକ୍ଷଣ କେନ୍ଦ୍ର କରାଯାଇଛି। ତେଣୁ ଏଠାକୁ ଭୋଟ ବାକ୍ସ ଆସୁଛି। ଶୁକ୍ରବାର...

ଶୀତ ଅଧିବେଶନ ପୂର୍ବରୁ ୧୦ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ...

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ...

Advertisement
Archives

Model This Week