କରୋନା ମ୍ୟାପ୍‌ରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୦।୪ – ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ପରେ କରୋନା ମ୍ୟାପ୍‌ରେ ଯୋଡ଼ି ହୋଇଛି ଢେଙ୍କାନାଳ। ଜିଲା ସଦର ମହକୁମାର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ୫୧ ବର୍ଷୀୟା ମହିଳାଙ୍କ ସ୍ବାବ୍‌ରୁ କୋଭିଡ୍‌-୧୯ ଭୂତାଣୁ ଠାବ କରାଯାଇଛି। ଗତ ମାସରେ ପଡ଼ୋଶୀ ରାଜ୍ୟର କେତେଜଣ ଧର୍ମ ପ୍ରଚାରକ ଢେଙ୍କାନାଳ ଆସିଥିଲେ। ସେମାନେ ପାଖାପାଖି ସପ୍ତାହେ ଧରି ସମ୍ପୃକ୍ତ ମହିଳାଙ୍କ ପରିବାର ସହିତ ରହିଥିଲେ। ଏହା ହିଁ ସଂକ୍ରମଣ କାରଣ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି।
ସକାଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ପ୍ରଚାର ହେବା ପରେ ସହରବାସୀ ଆଶ୍ୱସ୍ତ ହୋଇଥିଲେ। ଏହାପରେ କ୍ୱାରାଣ୍ଟାଇନ୍‌ରେ ଥିବା ୧୫ଜଣଙ୍କ ଭିତରୁ ଆକ୍ରାନ୍ତ ମହିଳାଙ୍କ ସମେତ ୬ଜଣଙ୍କୁ ଘରକୁ ଛାଡ଼ି ଦିଆଯାଇଥିଲା। ତେବେ ଅପରାହ୍ନରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ସହରବାସୀଙ୍କ ସମେତ ପ୍ରଶାସନର ଚିନ୍ତା ବଢ଼ିଥିଲା। ସମସ୍ତଙ୍କୁ ତୁରନ୍ତ ଅଣାଯାଇ କଣ୍ଟାନାଳୀ ବାଇପାସ୍‌ ନିକଟରେ ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରୁ ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ସେମାନଙ୍କ ଆଉଥରେ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲାପାଳ କୁହନ୍ତି, ସମ୍ପୃକ୍ତ ମହିଳାଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନାହିଁ। ସେ ନିକଟ ଅତୀତରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରିନାହାନ୍ତି। ତେବେ ସେ ରାଜ୍ୟ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଦୁଇ ପରିବାରର ୧୫ଜଣଙ୍କୁ ପୌରସଂସ୍ଥାର କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସମସ୍ତଙ୍କ ସ୍ବାବ ପରୀକ୍ଷଣ ଲାଗି ପଠାଯାଇଥିଲା। ମହିଳାଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟମାନେ ଯେହେତୁ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି, ତେଣୁ ବିଶେଷ ସମସ୍ୟା ନାହିଁ। ତଥାପି ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ କରାଯାଉଛି। ଆକ୍ରାନ୍ତ ମହିଳା ରହୁଥିବା ଅଞ୍ଚଳକୁ ବିଶୋଧନ କରାଯାଇଛି। ସହରବାସୀଙ୍କ ହିତକୁ ନିଜରରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏସ୍‌ପି ଅନୁପମା ଜେମ୍‌ସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୋଲିସ ପକ୍ଷରୁ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁଇ ପରିବାରର ୧୫ଜଣ କରୋନା ସନ୍ଦିଗ୍ଧଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଠାବ କରାଯାଇଥିଲା। ମାର୍ଚ୍ଚ ୧୦ରେ ନୂଆଦିଲ୍ଲୀରୁ ୧୦ଜଣ ଟ୍ରେନ୍‌ ଯୋଗେ ସମ୍ବଲପୁର ଦେଇ ଢେଙ୍କାନାଳ ଆସିଥିଲେ। ସେମାନେ ସମ୍ପୃକ୍ତ ଦୁଇ ପରିବାର ସହିତ ରହୁଥିଲେ। ୧୭ ତାରିଖରେ ନୂଆଦିଲ୍ଲୀରୁ ଆସିଥିବା ଧର୍ମଯାଜକମାନେ ସମ୍ବଲପୁର ଦେଇ ପଶ୍ଚିମବଙ୍ଗ ଫେରି ଯାଇଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସମ୍ପୃକ୍ତ ୧୫ ସଦସ୍ୟ (୬ ମହିଳା, ୪ ପୁରୁଷ ଏବଂ ୫ ଶିଶୁ)ଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

ଜିଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ, ଖେଳିଗଲା ଆତଙ୍କ

ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍‌ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri