Posted inଖେଳ

କରୋନା ମୁକାବିଲା: ୮ କୋଟି ଲେଖାଏ ଦାନ କଲେ ମେସି, ଗୁଆର୍ଡିଲୋ

ବାର୍ସିଲୋନା,୨୫।୩- କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ଯୋଗୁ ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବାର୍ସିଲୋନା ଫରଓ୍ବାର୍ଡ ଲିଓନେଲ ମେସି ଓ ମାଞ୍ଚେଷ୍ଟର ସିଟି ମ୍ୟାନେଜର ପେପ ଗୁଆର୍ଡିଲୋ। ଦୁହେଁ ୧ ମିଲିୟନ ୟୁରୋ ଲେଖାଏ ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ୮. ୨୬ କୋଟି ଟଙ୍କା। ଆର୍ଜେଣ୍ଟିନା ଷ୍ଟାର ମେସି ବାର୍ସିଲୋନାର ଏକ ମେଡିକାଲ କ୍ଲିନିକ ଓ ନିଜ ଦେଶର ଏକ ମେଡିକାଲ ସେଣ୍ଟରକୁ ଏହି ଅର୍ଥ ଦେଇଥିବା ମାର୍କା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭାଇରସ ସହ ମୁକାବିଲା ପାଇଁ ମେସି ମେଡିକାଲ କ୍ଲିନିକକୁ ଦାନ କରିଛନ୍ତି। ତୁମ ସମର୍ଥନ ପାଇଁ ଧନ୍ୟବାଦ ବୋଲି ହସ୍ପିଟାଲ କ୍ଲିନିକ ପକ୍ଷରୁ ଟୁଇଟରରେ ଲେଖାଯାଇଛି। ପୂର୍ବତନ ବାର୍ସିଲୋନା ଖେଳାଳି ତଥା ମ୍ୟାନେଜର ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଓ ମେଡିକାଲ କଲେଜ ଅଫ୍‌ ବାର୍ସିଲୋନା ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ଜରିଆରେ ଅର୍ଥ ଦାନ କରିଛନ୍ତି। ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଜରିଆରେ ଏକ ନିୟୁତ ୟୁରୋ ଦାନ କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟ ସମ୍ପର୍କୀତ ସରଞ୍ଜାମ ଓ କରୋନା ଭାଇରସ ସହ ଲଢ଼େଇ ପାଇଁ ବିଭିନ୍ନ ଆବଶ୍ୟକ ବସ୍ତୁ କିଣାଯିବ। ଗୁଆର୍ଡିଲୋଙ୍କ ପୂର୍ବରୁ ଉକ୍ତ ଫାଇଣ୍ଡେଶନ ମାତ୍ର ୩ ଦିନରେ ୩୩ ହଜାର ୟୁରୋ ଆଦାୟ କରିଥିଲା। ଉଲ୍ଲେଖଥାଉ କି, ଚାଇନା ଓ ଇଟାଲି ପରେ ସ୍ପେନ କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ହୋଇଥିଲା ଦେଶ। ଏପର୍ଯ୍ୟନ୍ତ ଦେଶରେ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୪୦ ହଜାର ପଜେଟିଭ ଅଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବିତୋଲିନା ସେମିଫାଇନାଲରେ

ନ୍ୟୁୟର୍କ,୪ା୯- ପଞ୍ଚମ ସିଡ୍‌ ତଥା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏକ...

ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଲେ ୧୭ ବର୍ଷୀୟ ରାଜ୍‌

ନ୍ୟୁୟର୍କ, ୯।୭: ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ବୋଲର ରାଜ୍‌ ବ୍ୟାସ। ୟୁଏସ୍‌ ଅଣ୍ଡର-୧୯...

ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ...

୧୬ ଛକା, ୨୨ ଚୌକା ସହ ୨୫୪ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମ୍‌କାଇ ଦେଇଥିଲେ ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଜଣେ ଜଣାଶୁଣା ଅଲରାଉଣ୍ଡର ଥିେଲେ। ଖେଳର ପ୍ରତ୍ୟେକ ବିଭାଗରେ ବ୍ୟାଟିଂ, ବୋଲିଂ କିମ୍ବା ଫିଲ୍ଡିଂରେ ସେ ନିଜର ପରିଚୟ...

ସିରଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟର ଶେଷ ଦିନ ବର୍ଷା ହେତୁ ଡ୍ରରେ ଶେଷ...

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା...

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ...

ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

କ୍ରିକେଟର୍‌ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର୍‌ରେ ସେ...

Advertisement
Archives

Model This Week