କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲାପାଳଙ୍କୁ ଫୋନ୍‌ କରି ତାଙ୍କର ପ୍ରଶଂସା କରିଛନ୍ତି। ମଙ୍ଗଳବାର ଜିଲାପାଳ ଟୁଇଟକରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜ଼ିଲା ଟିମ୍‌ ବହୁତ ଭଲ କାମ କରୁଛି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜ଼ିଲାପ୍ରଶାସନ ପକ୍ଷରୁ ପ୍ରଥମେ ଗଞ୍ଜାମ ଜ଼ିଲାରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ପ୍ରତ୍ୟେହ ୧୯ ଘଣ୍ଟା ଆଂଶିକ ସଟ୍‌ଡାଉନ ଜାରି ହୋଇଥିଲା। ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ, ନୋ ମାସ୍କ ନୋ ରାସନ ଆଦିକୁ ଗଞ୍ଜାମ ଜ଼ିଲାପାଳ କାର୍ଯ୍ୟକାରୀ କରିଥିଲେ। ପରେ ଏ ସବୁ ରାଜ୍ୟରେ ଲାଗୁ ହୋଇଥିଲା। ଜିଲାର ୫୦୩ଟି ପଞ୍ଚାୟତରେ ଆଇସୋଲଶନ ସେଣ୍ଟର ପ୍ରତିଷ୍ଠାଠାରୁ ଆରମ୍ଭକରି ଜ଼ିଲାର ସମସ୍ତ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସର୍ଭେ, ଫ୍ଲୁ ଥିବା ବ୍ୟକ୍ତିଙ୍କ ଡାକ୍ତରୀ ଟିମ୍‌ ଦ୍ୱାରା ସ୍କ୍ରିନିଂ ଆଦି ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲାପାଳ ଆରମ୍ଭ କରିଥିଲେ। ପୂର୍ବରୁ ଗଞ୍ଜାମରେ କୋଭିଡ ହସ୍ପିଟାଲ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିଥିବାରୁ ମୁଖ୍ୟମନ୍ତ୍ରୀ ଟୁଇଟକରି ଗଞ୍ଜାମ ଜ଼ିଲା ପ୍ରଶାସନକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ୮୦ ଛେଳି, ୧ ଗାଈ ଜୀବନ୍ତଦଗ୍ଧ

କୁଜଙ୍ଗ,୨୧। ୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି। ସେଠାରେ ଥିବା...

ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରାଇବାରେ ପୁରୀ ଆଗୁଆ

ପୁରୀ ଅଫିସ, ୨ା୧୨: ପୁରୀ ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ...

ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ବାଚସ୍ପତି...

ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ...

ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫...

ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି

ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍‌...

୨୫ ଜିଲାରେ ସ୍ବାଭାବିକ ବର୍ଷା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ଯାହା ଫଳରେ ବର୍ଷାର ପରିମାଣ ମଧ୍ୟ କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୯।୪(ସ୍ବ.ପ୍ର.)-ଲକ୍‌ଡାଉନ୍‌ ଯୋଗୁ ରକ୍ତ ସମସ୍ୟା ଦେଖାଦେଉଥିବା ବେଳେ ସ୍ଥାନୀୟ କଲେଜ ରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଳବ ପକ୍ଷରୁ ବୁଧବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ...

Advertisement
Archives

Model This Week