କରୋନା ମୁକାବିଲା ଆଳରେ ମହାଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲା କଂଗ୍ରେସ

ବରଗଡ଼ ଅଫିସ,୧୧।୬- ମହାମାରୀ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ଦେଶ ଏକ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ମାତ୍ର ଏଭଳି ବିପର୍ଯ୍ୟୟ ସମୟରେ ରାଜ୍ୟରେ କରୋନା ମୁକାବିଲା ଆଳରେ ମହାଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି। ଏଭଳି ଅଭିଯୋଗ କରି କଂଗ୍ରେସ ଜଣେ ବିଚାରପତିଙ୍କ ଦ୍ବାରା ଏହାର ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ମାସ୍କ ଏବଂ କୋଭିଡ ମେଶିନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲା କଂଗ୍ରେସର ନେତା, କର୍ମୀମାନେ ଗୁରୁବାର ଜିଲାପାଳ ଅଫିସ ଯାଇ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଉପଜିଲାପାଳ ପ୍ରଭାସ ଦଣ୍ଡସନା ସ୍ମାରକପତ୍ର ଗ୍ରହଣ କରିଥିଲେ। କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂହ, ନିପନ କୁମାର ଦାଶ, ପ୍ରଦୀପ ଦେବତା, ନିହାର ରଞ୍ଜନ ମହାନନ୍ଦ, ଦିଲୀପ ପଣ୍ଡା, ପ୍ରତାପ ନାୟକଙ୍କ ସମେତ ଶତାଧିକ ଦଳୀୟ ନେତା, କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡକ ଦୁର୍ଘଟଣା ଆହତଙ୍କୁ ଚିକିତ୍ସା: ବେସରକାରୀ ହସ୍ପିଟାଲ ଖର୍ଚ୍ଚ ବହନ କରିବେ ସରକାର;  ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର

ଭୁବନେଶ୍ୱର,୭ା୯(ବ୍ୟୁରୋ)-ରାସ୍ତା ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। ଦୁର୍ଘଟଣା ଜନୀତ ମୃତ୍ୟୁହାର କମାଇବା ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଅପରିହାର୍ଯ୍ୟ ହୋଇପଡିଛି । ଏହାକୁ...

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର...

କୋର୍ଟରେ ହାଜର ହେଲେ ଅନୁଭବ: ଜବାବ ଦାଖଲ ପାଇଁ ନେଲେ ସମୟ

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହୋଇଥିବା ପାରିବାରିବ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ବାମୀ ଅନୁଭବ ମହାନ୍ତି। କଟକ...

ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର...

ମୁକେଶ ଜୈନ ଗିରଫ

ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ...

ହିତାଧିକାରୀଙ୍କୁ ଅନୁଦାନ ମିଳିବାରେ ବିଳମ୍ବ: ଅସନ୍ତୋଷ ପ୍ରକାଶ କଲେ ହାଟଡ଼ିହୀ ବିଡିଓ

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳୀ ପଞ୍ଚାୟତରେ ପାଇଖାନା ନିର୍ମାଣ କରିସାରିବା ପରେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଧାର୍ଯ୍ୟ ଅନୁଦାନ ପ୍ରଦାନ କରିବାରେ ବିଳମ୍ବ...

ମନ୍ଦିରରେ ଗହଳି ନିୟନ୍ତ୍ରଣ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୧୬।୧୧- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲଠାରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲା କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ...

ନନ୍ଦନକାନନରେ ଆନାକୋଣ୍ଡା ମୃତ

ବାରଙ୍ଗ,୨୯ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଗତ ଏକମାସ ହେବ...

Advertisement
Archives

Model This Week