Advertisement

କରୋନା ମହାମାରୀ ଯୋଗୁ ଆମେରିକାରେ ୨୨ ଲକ୍ଷ, ବ୍ରିଟେନ୍‌ରେ ୫ ଲକ୍ଷଙ୍କ ହୋଇପାରେ ମୃତ୍ୟୁ : ଗବେଷଣା ରିପୋର୍ଟ !

ଲଣ୍ଡନ,୧୮।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ପୃଥିବୀର ୧୬୫ ଦେଶରେ ପହଞ୍ଚିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ ଇଂଲଣ୍ଡର ଲଣ୍ଡନ ଇମ୍ପାରିଆଲ କଲେଜର ଗବେଷକଙ୍କ ପକ୍ଷରୁ କରାଯାଇଥିବା ଏକ ପୂର୍ବାନୁମାନ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି କରୋନାକୁ ରୋକିବାରେ ଅସଫଳ ହେଲେ ଏହାଯୋଗୁ ଆମେରିକାର ୨୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିବ। ସେହିପରି ବ୍ରିଟେନ୍‌ର ୫ ଲକ୍ଷରୁ ଅଧିକ ଲୋକଙ୍କର ଏହି ମହାମାରୀ ଯୋଗୁ ମୃତ୍ୟୁ ହେବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି। ମ୍ୟାଥମେଟିକାଲ ବାୟୋଲୋଜି ପ୍ରଫେସର ନେଲ୍‌ ଫେରଗୁସନ୍‌ଙ୍କ ନେତୃତ୍ୱରେ ହୋଇଥିବା ଏହି ପୂର୍ବାନୁମାନ ଗବେଷଣା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଆଧାରରେ ବ୍ରିଟେନ୍‌ ସରକାର ସାମାଜିକ କ୍ଷେତ୍ରରେ କଡ଼ା କଟକଣା ଜାରି କରିଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ବୋରସ୍‌ ଜନସନ୍‌ କ୍ୱାରାଣ୍ଟାଇନ୍‌ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର...

ଚିଡ଼ିଆଖାନାରେ ୪ ସିଂହଙ୍କୁ କରୋନା

ବାର୍ସିଲୋନା, ୯।୧୨: ସ୍ପେନ୍‌ର ବାର୍ସିଲୋନା ଚିଡ଼ିଆଖାନାରେ ୪ଟି ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିଂହଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା।...

ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା...

ଏହା ଯୁଦ୍ଧର ଯୁଗ ନୁହେଁ

ସମରକନ୍ଦ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲ୍କ ରୋଡ୍‌ ସିଟି ସମରକନ୍ଦରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ମୋଦି ପୁଟିନ୍‌ଙ୍କୁ କହିଛନ୍ତି, ବର୍ତ୍ତମାନ...

ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା...

Advertisement
Archives

Model This Week