କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪ ବର୍ଷୀୟା ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କଠାରେ କରୋନା ଭୂତାଣୁ ରହିଥିବା ସନ୍ଦେହ କରାଯାଉଛି। ମାକାଉରୁ ଆସିଥିବା ଉକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କୋଷ୍ଟା ସ୍ମେରାଲ୍ଡା ନାମକ ଏହି ଜାହାଜ ରୋମ୍‌ଠାରୁ ୩୫ ମାଇଲ ଦୂର ସିଭିଟାଭେଛିଆ ବନ୍ଦରରେ ଅଟକି ରହିଛି। ଏହା ପାଲମା ଡି ମାଲୋର୍କାରୁ ଆସିଥିଲା। କରୋନା ସଂକ୍ରମଣ ସନ୍ଦେହ କରାଯାଉଥିବା ଦମ୍ପତି ୨୫ରେ ହଂକଂରୁ ବିମାନ ଯୋଗେ ମିଲାନ ଆସି ସେଠାରୁ ଜାହାଜରେ ଆସୁଥିଲେ। ଡାକ୍ତରଙ୍କୁ ଛାଡ଼ିଲେ ଅନ୍ୟ କାହାକୁ ଉକ୍ତ ଜାହାଜ ମଧ୍ୟରେ ପ୍ରବେଶ କରିବାକୁ କିମ୍ବା ବାହାରିବାକୁ ଅନୁମତି ଦିଆଯାଉନାହିଁ।
ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି ବିମାନରେ ଫେରାଇ ଆଣିବା ପାଇଁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ୟୁହାନ ସହରରୁ ଖାଲି କରାଯିବ ବୋଲି ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଇରାକରେ ପୁଣି ତୁଷାରପାତ

ବାଗଦାଦ୍‌,୧୨।୨: ଇରାକରେ ପୁଣି ୧୨ ବର୍ଷ ପରେ ତୁଷାରପାତ ହୋଇଛି। ଫଳରେ ରାଜରାସ୍ତା ଧଳା ଚାଦରରେ ଘୋଡ଼ି ହେବା ଭଳି ଦୃଶ୍ୟ ସୃଷ୍ଟି ହୋଇଛି। ବାଗଦାଦ୍‌...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

ଦକ୍ଷିଣ କୋରିଆରେ ୬ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

ସିଓଲ,୧୭।୩: ଦକ୍ଷିଣ କୋରିଆରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ୬,୨୧,୦୦୦ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ...

ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ...

ବିପଦ ଜୋନ୍‌ରେ ଅଧା ଜନସଂଖ୍ୟା

ଶାମ୍‌-ଏଲ୍‌-ଶେଖ୍‌,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ...

ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦...

କ୍ଷେତରେ ଲାଗିଲା ନିଆଁ: ଜଣେ ମୃତ, ୩ ଅଗ୍ନିଶମ କର୍ମଚାରୀ ଆହତ

ଓ୍ବାଶିଂଟନ,୧୧ା୬: ଉତ୍ତର କାରୋଲିନାର ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଥିବା ଏକ କଣ୍ଟେନର ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ...

୭ ବିଲିୟନ ଡଲାରରୁ ଅଧିକ ଅର୍ଥ ମାଗିପାରନ୍ତି ଶାହାବାଜ

ଇସଲାମାବାଦ,୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଧୀନରେ ପାକିସ୍ତାନ ଦାରିଦ୍ର୍ୟ ଅବସ୍ଥାକୁ ଚାଲିଯାଇଛି। ବର୍ତ୍ତମାନ ତଥା ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ହାତରେ ପାକିସ୍ତାନ ରହିଛି।...

Advertisement
Archives

Model This Week