Posted inଜାତୀୟ

କରୋନା ଭୟ: ଇରାନ୍‌ରେ ଫସିଥିବା ଭାରତୀୟ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ,୨।୩: ଚାଇନାରେ ସୃଷ୍ଟ କରୋନା ଭାଇରସ୍‌ ଏବେ ମହାମାରୀର ରୂପ ନେଇଥିବା ବେଳେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଇରାନରେ କରୋନା ଭାଇରସ୍‌ରେ ପ୍ରଭାବିତ ସହରରେ କେତେକ ଭାରତୀୟ ଏବେ ଫସିରହିଛନ୍ତି। ଫସିରହିଥିବା ଭାରତୀୟ ତାଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରାଯାଇଛି। ସେହିପରି ଇରାନ ସହରକୁ ପ୍ରାୟ ୮ଶହ ବିଦ୍ୟାର୍ଥୀ ଇସ୍‌ଲାମିକ ଶିକ୍ଷା ଗ୍ରହଣ କରିବା ପାଇଁ ଯାଇଥିବା ବେଳେ କରୋନା ଯୋଗୁ ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଉଦ୍ଧାର ପାଇଁ ଭାରତୀୟ ଦୂତାବାସଙ୍କୁ ୧୫୦ ଛାତ୍ରଙ୍କ ତାଲିକା ପଠାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ତାଲିକା ପ୍ରସ୍ତୁତ ହେଉଛି ହେଉଛି ବୋଲି ଲକ୍ଷ୍ନୌ ମଦ୍ରାସାର ଅଧ୍ୟକ୍ଷ କହିଛନ୍ତି। ଇରାନର ଖୁମ୍‌ ସହରରେ ଥିବା ମୁସ୍ତଫା ଇଣ୍ଟରନ୍ୟାଶନାଲ ୟୁନିଭର୍ସଟିରେ ପଢ଼ୁଥିବା ଭାରତୀୟ ଛାତ୍ର ତୁରନ୍ତ ସ୍ବଦେଶକୁ ଫେରିବାକୁ ଚାହୁଁଛନ୍ତି। କାରଣ କରୋନା ଭାଇରସ୍‌ ସବୁଠାରୁ ଅଧିକ ଏହି ସହରରେ ବ୍ୟାପିଛି। ଏଥିଯୋଗୁ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବାରୁ ସେମାନେ ଭାରତକୁ ଆସିପାରୁ ନାହାନ୍ତି। ଅପରପକ୍ଷେ କେତେକ ଭାରତୀୟ ଇରାନକୁ କୌଣସି କାର୍ଯ୍ୟ ପାଇଁ ଯାଇଥିବା ବେଳେ ବିମାନ ସେବା ବନ୍ଦ ଥିବାରୁ ଆଉ ଫେରି ପାରୁ ନ ଥିବା କହିଛନ୍ତି। ଫଳରେ ତାଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ସେମାନେ ଗୁହାରୀ କରିଛନ୍ତି। ତେବେ ଫସି ରହିଥିବା ଛାତ୍ରଙ୍କ ମଧ୍ୟରୁ ଅଧିକତର ଦିଲ୍ଲୀ ଓ ଲକ୍ଷ୍ନୌର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପହଞ୍ଚିବା ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଦେଲେ ସମାଜବାଦୀ ପାର୍ଟି କର୍ମୀ!

ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକ୍ଷ୍ନୌରୁ ଗାଜିପୁର ଯାଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା...

କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ: ଭାଜପା ନେତା ମୃତ

ନୂଆଦିଲ୍ଲୀ,୯ ।୮: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ କରିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା)...

୨୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ...

୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି।...

ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ

କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ...

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ...

Advertisement
Archives

Model This Week