କରୋନା ଭୟରେ ଛୁଇଁଲେନି ମୃତଦେହ

ଚମ୍ପୁଆ, ୨୦ା୪(ଡି.ଏନ.ଏ.): କରୋନା ଭୟରେ ବାଙ୍ଗାଲୋର ଫେରନ୍ତା ଜଣେ ଯୁବକଙ୍କ ମୃତଦେହକୁ ଗ୍ରାମବାସୀ ନ ଛୁଇଁବା ଘଟଣା କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବରପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହାୟତାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ବାଙ୍ଗାଲୋରରେ କାମ କରୁଥିବା ବଳଭଦ୍ରପୁର ଗ୍ରାମର ରଞ୍ଜନ ପ୍ରଧାନ ଗତ ମାର୍ଚ୍ଚ ୯ତାରିଖରେ ଘରକୁ ଫେରିଥିଲେ। ଲକ୍‌ଡାଉନ୍‌ ସମୟରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ରବିବାର ଅପରାହ୍ନ ୫ଟାରେ ସେ ବସିଥିବା ବେଳେ ତାଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା। ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କରୋନା ଭୟରେ ଗ୍ରାମବାସୀ ଶବ ସତ୍କାର ପାଇଁ ଅମଙ୍ଗ ହେବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଅଡି ବସିଥିଲେ। ରାତିସାରା ମୃତଦେହ ଘରେ ପଡିରହିଥିଲା। ସୋମବାର ସକାଳେ ଖବର ପାଇ ଚମ୍ପୁଆ ଥାନା ଆଇଆଇସି ମନୋରଞ୍ଜନ ପ୍ରଧାନ, ଝୁମ୍ପୁୁରା ତହସିଲଦାର ପ୍ରତିଭା ପୃଷ୍ଟି, ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଶୋକ ବେହେରା, କ୍ଷୀରୋଦ ମହାନ୍ତ, ବେଦପ୍ରକାଶ ନାଏକଙ୍କ ସମେତ ନୋଡାଲ ଅଫିସର ଜୀବନ କୁମାର ବେହେରା, ସୁଶୀଲ କୁମାର ନାଏକ ଏବଂ ସ୍ବାସ୍ଥ୍ୟକର୍ମୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଅଧିକାରୀମାନେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଅଧାରୁ ବନ୍ଦ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି। ଲଗାତର ଗୃହ ଅଚଳ ହେବା ପରେ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ କରାଯାଇଛି।...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି...

ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ

ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...

ପୁରୀ, ଯାଜପୁରରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)- ରାଜ୍ୟରେ ଡାକ୍ତର ଅଭାବ ପୂରଣ କରିବା, ମେଡିକାଲ ଶିକ୍ଷାର ପ୍ରସାର ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଟର୍ନ କି ମାଧ୍ୟମରେ...

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍‌ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ...

‘ମୃତ୍ୟୁହାର କମିବାକୁ ଆହୁରି ୬ରୁ ୭ ସପ୍ତାହ ଲାଗିବ’

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସଂକ୍ରମଣ ପିକ୍‌ ପରେ ମୃତ୍ୟୁହାର କମିବାକୁ ୬ରୁ ୭ ସପ୍ତାହ ଲାଗିବ। ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି,...

ଧାମନଗର ଉପନିର୍ବାଚନ ପରବର୍ତ୍ତୀ ହିଂସା: ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭଦ୍ରକ ଅଫିସ,୫।୧୧: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ସରିବା ପରେ ଶୁକ୍ରବାର ସନ୍ଧ୍ୟାରେ ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ପାଇକ ସାହିରେ ନିର୍ବାଚନ ପରବର୍ତ୍ତୀ ହିଂସା...

Advertisement
Archives

Model This Week