କରୋନା ଭ୍ୟାକ୍ସିନ ତିଆରି ହେବାକୁ ଚାହୁଁନାହିଁ ଚାଇନା !

ଓ୍ବାଶିଂଟନ,୫।୫: ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ହେବା ପରେ ଏବେ ଚାଇନା ଉପରେ ଆସୁଛି ବିଭିନ୍ନ ପ୍ରକାର ଅଭିଯୋଗ। କାରଣ ଦାବି କରାଯାଉଛି କି କରୋନା ଭାଇରସ ଚାଇନା ଲ୍ୟାବରୁ ଏକ ଜୈବିକ ଯୁଦ୍ଧାସ୍ତ୍ର ଭାବେ ଏବେ ସାରା ବିଶ୍ୱକୁ ବ୍ୟାପି ଯାଇଛି। ଅଭିଯୋଗ କରାଯାଉଛି କି ଚାଇନା କରୋନା ସଂକ୍ରମଣ ପୂର୍ବରୁ ବିଶ୍ୱକୁ ଏସମ୍ପର୍କରେ କୌଣସି ସୂଚନା ନ ଦେବାରୁ ଏବେ ପରିସ୍ଥିତି ଅଣାୟତ ହୋଇଛି। ଏବେ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ଗୁଇନ୍ଦା ସଂସ୍ଥା ଦାବି କରୁଛନ୍ତି କି ଚାଇନା କରୋନା ଭ୍ୟାକ୍ସିନ ତିଆରି ହେବାକୁ ଦେଉନାହିଁ। ଦି ସନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ୫ ଦେଶର ବୈଜ୍ଞାନିକମାନେ ୧୫ ପୃଷ୍ଠାର ଏକ ଡୋଜିୟର(ନଥି)ରେ ଚାଇନା ବିଶ୍ୱକୁ ଏତେ ଶୀଘ୍ର କରୋନା ଭ୍ୟାକ୍ସିନ ମିଳିଯାଉ ବୋଲି ଚାହୁଁ ନଥିବା ଉଲ୍ଲେଖ କରାଯାଇଛି। ସେଥିପାଇଁ ସେ କିଛି ଦେଶକୁ କରୋନାର ଲାଇଭ୍‌ ସାମ୍ପଲ ଦେବାକୁ ମନା କରି ଦେଉଛି। ଏହାସହ ଚାଇନା କୌଣସି ବୈଜ୍ଞାନିକଙ୍କୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଅଥବା କେଶ ଜିରୋ ସହ ସାକ୍ଷାତ୍‌ କରିବାକୁ ଅନୁମତି ପ୍ରଦାନ କରୁନାହିଁ ବୋଲି କୁହାଯାଉଛି। ଏହି ଡୋଜିୟର ଆଧାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଚାଇନା ଉପରେ ବର୍ଷୁଛନ୍ତି ବୋଲି କୁହାଯାଉଛି। ଉକ୍ତ ଡୋଜିୟରରେ ଉଲ୍ଲେଖ କରାଯାଇଛି, କରୋନା ମଣିଷରୁ ମଣିଷକୁ ବ୍ୟାପୁଥିବା କଥା ଚାଇନା ବାରମ୍ବାର ମନା କରି ଆସୁଥିବା ବେଳେ ଏ ସମ୍ପର୍କରେ ତାକୁ ସମସ୍ତ ସୂଚନା ଜଣାଥିଲା। ହେଲେ ଏକଥା ସେ ସ୍ପଷ୍ଟ ନ କରିବାକୁ ଏବେ ୟୁରୋପ, ଆମେରିକାରେ କରୋନା ସ୍ଥିତି ଅଣାୟତ ହୋଇଗଲା। ଆହୁରି ମଧ୍ୟ କରୋନା ସମ୍ପର୍କରେ ଯେଉଁ ଡାକ୍ତର ଓ ଖବରଦାତା ସୂଚନା ଦେବାକୁ ଆରମ୍ଭ କରିଥିଲେ ସେମାନଙ୍କୁ ସେ ନିଖୋଜ କରିଦେଇଥିଲା। ତେବେ ଉହାନ ଲ୍ୟାବରେ ଏହାର ପରୀକ୍ଷା କରାଯାଉଥିବା ବେଳେ କୌଣସି ପ୍ରକାର ସତର୍କତା ଗ୍ରହଣ କରା ନ ଯାଇ ଥିବାରୁ ଏବେ ଏହା ସାରା ବିଶ୍ୱକୁ ବ୍ୟାପିଯାଇଥିବା କୁହାଯାଏ। ତେବେ ଯେଉଁ ଲ୍ୟାବରେ କରୋନାର ପରୀକ୍ଷା କରାଯାଉଥିଲା ସେହି ଲ୍ୟାବକୁ ଚାଇନା ନଷ୍ଟ କରିଦେବା ସହ ଏଥିରେ କାମ କରୁଥିବା ଲୋକଙ୍କୁ ମଧ୍ୟ ନିଖୋଜ କରିଦେଇଥିବା କହିଛି ଉକ୍ତ ୫ ଦେଶର ଗୁଇନ୍ଦା ସଂସ୍ଥା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri