କରୋନା ଭାଇରସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ଲକ୍ଷାଧିକ ଲୋକ

ଢାକା,୨୦।୪: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଓ ମୌଳବାଦୀ ନେତାଙ୍କ ମଧ୍ୟରେ ଲକ୍‌ଡାଉନକୁ ନେଇ ଚାଲିଥିବା ତୁତୁମେଁମେଁ ଭିତରେ ଏବେ ବାଂଲାଦେଶରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସଛି। ଢାକାରେ ଶନିବାର ଜଣେ ମୌଲାନାଙ୍କ ଅନ୍ତିମ ସଂସ୍କାର ସମୟରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଲକ୍ଷାଧିକ ଲୋକ ଏକାଠି ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନେଇ ବାଂଲାଦେଶରେ ଲକ୍‌ଡାଉନ ଜାରି ରହିଛି। ଡନ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୫୫ ବର୍ଷୀୟ ମୌଲାନା ଜୁବେର ଅହମ୍ମଦ ଅଂସାରୀଙ୍କର ଶୁକ୍ରବାର ପରଲୋକ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସ୍ଥାନୀୟ ମସଜିଦ ପକ୍ଷରୁ କୁହାଯାଇଥିଲା। ଏହାପରେ ପ୍ରଶାସନ ଓ ପୋଲିସ ଚୁପ୍‌ ବସିଥିବା ଏବଂ ଲୋକେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ଏଥିରେ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେକ୍ସିକୋର ପ୍ରତିଶୋଧ ନେଲା ରୁଷିଆ: ଡୋନେଟସ୍କରେ ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କଲା…

ମସ୍କୋ,୪।୧ : ରୁଷିଆରେ ମେକ୍ସିକୋରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ଆକ୍ରମଣରେ ୬୩ ରୁଷିଆ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ରୁଷିଆ ଡୋନେଟସ୍କର ବିଭିନ୍ନ ସ୍ଥାନରେ...

ପୁଣି ଥରେ ତାଇଓ୍ବାନକୁ ଚେତାବନୀ ଦେଲା ଚାଇନା

ବେଜିଂ,୨୧ା୪: ଚାଇନାର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ପୁଣି ଥରେ ତାଇଓ୍ବାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ବେଜିଂର ଦାବିକୁ ବିରୋଧ କରୁଥିବା ବ୍ୟକ୍ତି ନିଜ ପାଇଁ...

ଅପରେଶନ୍‌ ସମୁଦ୍ର ସେତୁ: ଆଇଏନ୍‌ଏସ୍‌ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ

କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ...

ରୁଷିଆର ଦାବିକୁ ଖଣ୍ଡନ କରୁଛନ୍ତି ଜେଲେନସ୍କି

କ୍ୱିଭ,୪ ।୭: ଦୀର୍ଘ ପ୍ରାୟ ୫ ମାସ ହେବ ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଭିତର ଗତି କରୁଛି । ୟୁକ୍ରେନକୁ...

ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ବିବାହ ପାଇଁ ଏହି ମହିଳାଙ୍କୁ ଦେଇଥିଲେ ୫ ଥର ପ୍ରସ୍ତାବ

ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇାଡେନ। ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ସେ ଏହି ସଫଳତା ପାଇଛନ୍ତି। ତାଙ୍କର ବିଜୟ ସହିତ ସ୍ତ୍ରୀ...

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା...

ଜିନପିଙ୍ଗଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଇନା, ନୈରାଶ୍ୟଜନକ ତଥ୍ୟ ଲୁଚାଯାଉଛି…

ବେଜିଂ,୨୨।୮ : ଏକ ଦଶନ୍ଧି ଧରି ଲାଗୁଥିଲା ରାଷ୍ଟ୍ରପତି ଶି ଜିନପିଙ୍ଗ କୌଣସି ଭୁଲ କରିପାରିବେ ନାହିଁ। ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ନିୟନ୍ତ୍ରିତ...

ନିଜର ପୂର୍ବ ଆଇନଜୀବୀଙ୍କ ବିରୋଧରେ ୫୦ କୋଟି ଡଲାରର ମାମଲା ରୁଜୁ କଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୧୩।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୂର୍ବ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖବର ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ...

Advertisement
Archives

Model This Week