କରୋନା ଭାଇରସ: ବ୍ରିଟେନ୍‌ରେ ୧୫ ଲକ୍ଷ ଲୋକଙ୍କୁ ୩ ମାସ ଘରେ ରହିବାକୁ କୁହାଗଲା!

ଲଣ୍ଡନ,୨୨।୩: କରୋନା ଭାଇରସ ଚାଇନା ପରେ ଏବେ ୟୁରୋପରେ ତା’ର କାୟା ବିସ୍ତାର କରି ଚାଲିଛି। ଇଟାଲିରେ ତାଣ୍ଡବ ରଚିଥିବା କରୋନା ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରେ ମଧ୍ୟ ତା’ର ଉଗ୍ର ରୂପକୁ ପ୍ରକାଶ କରିଛି। ସେହିପରି ବ୍ରିଟେନରେ ୫ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୨୩୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରୋନାର ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏବେ ବ୍ରିଟେନର ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ଘରେ ରହିବାକୁ ଉପଦେଶ ଦିଆଯାଇଛି। ଏମାନଙ୍କ ମଧ୍ୟରେ ବିଶେଷ ଧରଣର ବ୍ୟକ୍ତି ରହିଥିବା ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ କ୍ୟାନସର, ହୃଦରୋଗ, ସିଷ୍ଟିକ ଫାଇବ୍ରୋସିସ୍‌ ଭଳି ଜଟିଳ ରୋଗରେ ପୀଡ଼ିତ ଏବଂ ଯେଉଁମାନଙ୍କର କୌଣସି ଅଙ୍ଗ ପ୍ରତିରୋପଣ କରାଯାଇଛି ସେହିଭଳି ବ୍ୟକ୍ତିମାନଙ୍କୁ ୩ ମାସ ପର୍ଯ୍ୟନ୍ତ ଘର ଭିତରେ ବନ୍ଦ ରହିବାକୁ କୁହାଯାଇଛି। ଯେଉଁମାନଙ୍କୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ରହିଛି ସେମାନେ ଫୋନ୍‌ ମାଧ୍ୟମରେ ଏହା ମଗାଇ ଦେବାକୁ ସରକାର କହିଛନ୍ତି। ଏହାପରେ ବ୍ରଟେନରେ ଥିବା ଏଭଳି ପ୍ରାୟ ୧୫ ଲକ୍ଷ ଲୋକ ଘରେ ବନ୍ଦ ହୋଇ ରହିବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯ା୮(ବ୍ୟୁରୋ): ଦୀର୍ଘଦିନ ପରେ ରାଜ୍ୟରେ ୧୦୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ସୋମବାର ରାଜ୍ୟରୁ ୮୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍‌ ସରକାର ଋଣ...

ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା...

ଆଇନର ଯୁଦ୍ଧରେ ହାରିଗଲା ଜେଫ ବୋଜୋସଙ୍କ କମ୍ପାନୀ

ୱାଶିଂଟନ,୬ ।୧୧: ଆମାଜନର ମାଲିକ ଜେଫ ବେଜୋସଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ ଆଇନ ଯୁଦ୍ଧରେ ହାରି ଯାଇଛି । ବ୍ଲୁ ଅରିଜିନର ଅଭିଯୋଗ ଥିଲା...

କୋଭିଡ-୧୯ ପାଇଁ ପ୍ରଭାବଶାଳୀ ହୋଇପାରେ ପ୍ରାୟ ୭୦ଟି ଔଷଧ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଚିକିତ୍ସାକୁ ନେଇ ଚାଲିଛି ଗବେଷଣା। ନିକଟରେ କେତେଜଣ ବିଦେଶୀ ଓ...

ରାଜ୍ୟରୁ ଆଉ ୬୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

କ୍ରୁରତାର ସୀମା ପାର କରିଛନ୍ତି ରୁଷିଆ ସୈନ୍ୟ, ଛୋଟ ପିଲାଙ୍କୁ ଯୌନ ନିର୍ଯାତନା…

କ୍ୱିଭ୍‌/ମସ୍କୋ, ୨୫।୯ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷ...

ରାଜ୍ୟରେ ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ, ୩ ମୃତ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉି ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ...

Advertisement
Archives

Model This Week