କରୋନା ଭାଇରସ: ପାଖରେ ବସିଲେ ହୋଇପାରେ ୬ମାସ ଜେଲ

ସିଙ୍ଗାପୁର,୨୮।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାଗ୍ରସ୍ତ। ଏଥିରୁ ମୁକୁଳିବାକୁ ସମସ୍ତେ ବାଟ ଖୋଜୁଥିବା ବେଳେ ଏପଟେ କିନ୍ତୁ ଏହା ବଢି ବଢି ଚାଲିଛି। ଚାଇନା ପରେ ଏବେ ଇଟାଲୀ ଓ ଆମେରିକାରେ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଏହା ଅନେକଙ୍କୁ ଭୟଭୀତ କରାଇଛି। ଏହାକୁ ନେଇ ପ୍ରାୟ ସବୁ ଦେଶରେ କିଛି ନା କିଛି ନିୟମ କରାଯାଇଛି। ଗୋଟିଏ ପଟେ ସାରା ବିଶ୍ୱ ଲକ୍‌ଡାଉନ୍‌ ହୋଇଯାଇଥିବା ବେଳେ ଅନ୍ୟପଟେ ବ୍ରେକ୍‌ ଦ ଚେନ୍‌ ନିୟମ ପାଳନ କରିବାକୁ କୁହାଯାଇଛି। ତେବେ କରୋନାକୁ ନେଇ ସିଙ୍ଗାପୁର ସରକାର ମଧ୍ୟ କିଛି ନିୟମ ପାଳନ କରିବାକୁ କହିଛନ୍ତି। ପାଖାପାଖି ବସିଲେ ଏଣିକି ସିଙ୍ଗାପୁର ଲୋକଙ୍କୁ ୬ ମାସର ଜେଲ୍‌ଦଣ୍ଡ ନଚେତ୍‌ ପାଖାପାଖି ୫ଲକ୍ଷ ୨୪ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ ବୋଲି କୁହାଯାଉଛି। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଜାରି କରାଯାଇଥିବା କୁହାଯାଉଛି। ମାର୍ଚ୍ଚ ୨୭ରେ ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ପବ୍ଲିକ୍‌ ପ୍ଲେସରେ ଏକାଠି ନ ବସି ଦୂରତା ରକ୍ଷା କରିବାକୁ କୁହାଯାଇଛି। ସିଙ୍ଗାପୁର ସରକାରଙ୍କ ମତରେ ଲକ୍‌ଡାଉନ୍‌ ନ କରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କଲେ ଦେଶର ଆର୍ଥିତ ସ୍ଥିତି ଭଲ ରହିବା ସହ ଇନଫେକ୍ସନ ବି କମ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରୁ ଖସି ପଡ଼ିଲେ ଫୁଟ୍‌ବଲ ଖେଳାଳି

କାବୁଲ, ୨୦।୮: : ତାଲିବାନ୍‌ ଶାସନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ନାଗରିକମାନେ କଳବଳ କୌଶଳେ ଦେଶ ଛାଡ଼ୁଛନ୍ତି। କିନ୍ତୁ ଦେଶ ଛାଡ଼ିବା ଲାଗି ପ୍ରତ୍ୟେକଙ୍କ ପାଖରେ ଟଙ୍କା...

ଦେଶ ଛାଡିବା ପରେ ଏମିତି କହିଲେ ରାଷ୍ଟ୍ରପତି

କାବୁଲ,୧୬।୮: ଆମେରିକାର ସୈନ୍ୟବାହିନୀ ଯିବାର କିଛି ଦିନ ମଧ୍ୟରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି ତାଲିବାନ। ଏବେ ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେଇଛି ତାଲିବାନ।...

ବାଲେଶ୍ୱର ବିଷ୍ଣୁପୁର ଗ୍ରାମର ୧୨ ପ୍ରବେଶ ପଥ ସିଲ୍‌

ବାହାନାଗା,୨୮।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଗ୍ରାମର ୧୨ଟି ପ୍ରବେଶ ପଥକୁ ମଙ୍ଗଳବାର ସିଲ୍‌ କରାଯାଇଛି। ବାହାନଗା ବ୍ଳକରେ ୧୬ନଂ କରୋନା ଆକ୍ରାନ୍ତ ଚିହ୍ନଟ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ: ଭିଡିଓ ହଟାଇଲା ୟୁଟ୍ୟୁବ୍‌

ଓ୍ବାଶିଂଟନ୍‌,୧୩।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ଟୁଇଟରର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା, କିନ୍ତୁ ଏବେ...

ଭୂକମ୍ପରେ ଥରିଲା ଚାଇନା: ରିକ୍ଟର ସ୍କେଲରେ ତୀବ୍ରତା ୫.୧

ବେଜିଂ,୩।୨: ଗୋଟିଏ ପଟେ କରୋନା ଭାଇରସ୍‌ର ଆତଙ୍କ ଚାଇନାର ମୁଣ୍ଡ ବ୍ୟାଥାର କାରଣ ପାଲଟିଥିବା ବେଳେ ଏବେ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦକ୍ଷିଣ-ପଶ୍ଚିମ...

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ...

Advertisement


Archives

Model This Week