କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଲାଲୁଙ୍କୁ ପାରୋଲରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ଆଡଭୋକେଟ ଜେନେରାଲ ଓ ଜେଲ୍‌ ପ୍ରଶାସନ ସହ ବିଚାର ବିମର୍ଷ କରୁଛନ୍ତି। ମଙ୍ଗଳବାର ରାଜ୍ୟର କୃଷିମନ୍ତ୍ରୀ ବାଦଲ ପତ୍ରଲେଖ ଏନେଇ ସୂଚନା ଦେଇଛନ୍ତି। ଅସୁସ୍ଥତା କାରଣରୁ ବର୍ତ୍ତମାନ ଲାଲୁ ରିମ୍ସ ହସ୍ପିଟାଲର ପେଇଂ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ଏବେ ଏହି ପେଇଂ ଓ୍ବାର୍ଡରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେଶନ୍‌ ଓ୍ବାର୍ଡ ତିଆରି କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ଭୟାବହତାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଜେଲ୍‌ରେ ଥିବା କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋରେନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ନୀଙ୍କ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ବିରୋଧ ସତ୍ତ୍ୱେ ରାଣା ଗୁରଜିତ ହେଲେ ମନ୍ତ୍ରୀ

ଚଣ୍ଡିଗଡ଼,୨୬ ।୯: ପଞ୍ଜାବର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇ ଯାଇଛି । ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରୀଙ୍କ ସୂଚିରେ ବଡ...

କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି

କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍‌ସିନ ବାହାର କରିବାରେ...

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ...

ନୂଆ ଆକ୍ରାନ୍ତ ସଂଖ୍ୟା ୫୦ ହଜାରରୁ କମ୍‌…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦...

ଦିଲ୍ଲୀ ସୀମା ବିବାଦକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣ କାରଣକୁ ଏବେ ଦିଲ୍ଲୀ ସୀମାକୁ ସିଲ୍‌ କରି ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାଆସ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଲୋକଙ୍କ...

ଅଗଷ୍ଟ ୧ରୁ କଲେଜ ପାଠପଢ଼ା

ନୂଆଦିଲ୍ଲୀ,୩୦ା୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୁଧବାର ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ପୁରୁଣା ଛାତ୍ରୀଛାତ୍ରଙ୍କ ପାଠପଢ଼ା...

Advertisement
Archives

Model This Week