କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଧନୀ କି ଗରିବ, ଛୋଟ କିମ୍ବା ବୃଦ୍ଧ କେହି ଏହା କବଳରୁ ବର୍ତ୍ତି ପାରିନାହାନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ପରେ ଏବେ ରୁଷର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗୁରୁବାର ଏନେଇ ମିଖାଇଲ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ସୂଚନା ଦେଇଥିଲେ। ଏଥିସହ ସେ ସେଲ୍ଫ ଆଇସୋଲେଶନ୍‌ରେ ରହୁଛନ୍ତି ବୋଲି କହିଥିଲେ। ତେବେ ସେ ସଂକ୍ରମିତ ହେବା ପରେ ତାଙ୍କ କାର୍ଯଭାର ଅସ୍ଥାୟୀ ଭାବେ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ବେଲୋଉସୋଭ ସମ୍ଭାଳିବେ ବୋଲି ମିଖାଇଲ୍‌ ପୁଟିନ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ପୁଟିନ୍‌ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମିଖାଇଲ୍‌ଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷେ ଏହି ଖବର ଜାଣିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଟୁଇଟ କରି ମିଖାଇଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ଖୁବ୍‌ଶୀଘ୍ର ସୁସ୍ଥ ଓ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ରୁଷ ପ୍ରଧାମନ୍ତ୍ରୀଙ୍କୁ ମୋର ଶୁଭକାମନା। କୋଭିଡ-୧୯ ମହାମାରୀକୁ ପରାସ୍ତ କରିବା ଉଦ୍ୟମରେ ଆମେ ଆମର ଘନିଷ୍ଠ ବନ୍ଧୁ ରଷକୁ ସମର୍ଥନ କରୁଛୁ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଙ୍ଗୀରପୁରୀରେ ପୁଣି ଉତ୍ତେଜନା: ପୋଲିସ ଟିମ୍‌ ଉପରେ ପଥରମାଡ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ପୁଣି ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି। ସୋମବାର ପୋଲିସ ଟିମ ଜାହାଙ୍ଗୀରପୁରୀରେ ପହଞ୍ଚି ଗୁଳି ଚଳାଇଥିବା ବ୍ୟକ୍ତି ସୋନୁ ଚିକନାଙ୍କ ସ୍ତ୍ରୀଙ୍କୁ...

ଅଧ୍ୟକ୍ଷ ପଦ ଛାଡ଼ିବେ ରାହୁଲ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ରାହୁଲ ଗାନ୍ଧୀ। ସେ ଇସ୍ତଫା ଦେବା ଲାଗି...

ଆସନ୍ତା ୧୦ବର୍ଷରେ ନାମଲେଖା ୨ଗୁଣ ହେବ

ନୂଆଦିଲ୍ଲୀ,୬।୯(ପି.ଟି.): ୨୦୨୦ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଏକ ବୈପ୍ଳବିକ ସଂସ୍କାର ଆଣିପାରିଛି। ଏହି ଶିକ୍ଷା ନୀତି ଦ୍ୱାରା ଆସନ୍ତା ୧୦ବର୍ଷ ମଧ୍ୟରେ ନାମଲେଖା...

ମୋଦି-ମୋରିସନ୍‌ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, ୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍‌ ମୋରିସନ୍‌ଙ୍କ ମଧ୍ୟରେ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ଶହୀଦ୍‌ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ କ୍ଷତିପୂରଣ: ରାଜନାଥ ସିଂ କଲେ ଘୋଷଣା

ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍‌ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍‌ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର...

Advertisement
Archives

Model This Week