Posted inଜାତୀୟ

କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଟପିଲା, ସୁସ୍ଥ ହେଲେଣି ୩

ନୂଆଦିଲ୍ଲୀ,୪।୩: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି। ଧିରେ ଧିରେ ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮କୁ ପହଞ୍ଚିଛି। ଯେଉଁଥିରେ ଦିଲ୍ଲୀର ଏକ ମାମଲା ରହିଛି। ଏହି ୨୮ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୩ଜଣ କେରଳର ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଧିକାରୀ ସାମିଲ ହୋଇଥିବା ବେଳେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମଧ୍ୟ ଯୋଗଦେଇଥିଲେ। କରୋନା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରୁଛନ୍ତି। ପୂର୍ବରୁ ୧୫ଟି ଲ୍ୟାବ୍‌ରେ ରକ୍ତ ନମୁନା ଯାଞ୍ଚ କରାଯାଉଥିବା ବେଳେ ଏବେ ୧୯ଟି ଲ୍ୟାବ୍‌ ତିଆରି କରାଯିବ ବୋଲି ବୈଠକରେ ହର୍ଷବର୍ଦ୍ଧନ କହିଛନ୍ତି। ସେହିପରି ଆଗରୁ ୧୨ଟି ଦେଶର ଲୋଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଏବେ ଭାରତକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ଭାରତରେ ଥିବା ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତ ମଧ୍ୟରୁ ଅଧିକାଂଶ ଇଟାଲିର ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ସମସ୍ତ କରୋନା ସଂକ୍ରମିତଙ୍କୁ ଆଇଟିବିପି କ୍ୟାମ୍ପକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ସରକାରଙ୍କ ଆଗରେ ବଡ଼ ଆହ୍ବାନ, ପଞ୍ଜାବରେ ୨ ଲକ୍ଷରୁ ଅଧିକ ନିଶାଶକ୍ତ, ଦିନକୁ ୧୭ କୋଟିରୁ ଅଧିକ ନିଶା କାରବାର…

ଚଣ୍ଡିଗଡ଼,୧୭।୩ : ପଞ୍ଜାବରେ ନୂଆ ସରକାରଙ୍କ କ୍ଷମତା ଦଖଲ ପରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ରାଜ୍ୟର ନିଶାକ୍ତଙ୍କ ସମସ୍ୟା। ଆମ୍‌...

ଦ୍ୱିତୀୟ କୋଭିଡ୍‌ ଲହର ବେଳେ ଗଙ୍ଗାରୁ କେତେ ମୃତଦେହ ମିଳିଥିଲା?

ନୂଆଦିଲ୍ଲୀ,୭।୨: ଦ୍ୱିତୀୟ କୋଭିଡ୍‌ ଲହର ଶୀର୍ଷରେ ଥିବାବେଳେ ଗଙ୍ଗା ନଦୀରେ କେତେ ସଂଖ୍ୟାରେ ମୃତଦେହ ମିଳିଥିଲା? ଏ ସମ୍ପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବା...

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ...

କରୋନା ସଂକ୍ରମଣ: ଶିଶୁଙ୍କ ସୁସ୍ଥତା ହାର ଶହେ ପ୍ରତିଶତ!

ଭୋପାଳ,୧୮।୭: କରୋନା ସଂକ୍ରମଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହା କବଳରେ ଛୋଟଠାରୁ ବଡ ସମସ୍ତେ ପଡି ଯାଉଥିବା ବେଳେ କରୋନା ଏବେ ସମସ୍ତଙ୍କ...

ରବିଶଙ୍କରଙ୍କ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨୬ା୬: କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏକ ବିଚିତ୍ର ପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା...

କଟକଣା ମଧ୍ୟରେ ହେବ କୁମ୍ଭମେଳା

ନୂଆଦିଲ୍ଲୀ,୧୯।୯(ପି.ଟି.): ୨୦୨୧ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ହରିଦ୍ୱାରରେ ହେବ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା। ତେବେ କରୋନା ମହାମାରୀ ସମୟରେ ଏତେବଡ଼ ଧାର୍ମିକ ସମାବେଶକୁ କିପରି ଅନୁମତି ଦିଆଯିବ...

ଦେଶରେ ପ୍ରଥମଥର ଲଞ୍ଚ୍‌ ହେବ ଆଣ୍ଟିଭାଇରସ୍‌ ପୋଷାକ

ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ...

ମୋତେ ଘଟଣା ସ୍ଥଳକୁ ନେଇ ମାରି ଦିଆଯାଉ: ଅଭିଯୁକ୍ତଙ୍କ ସ୍ତ୍ରୀ

ହାଇଦ୍ରାବାଦ,୬।୧୨: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କ ମୃତ୍ୟୁ ହୋଇଛି। ଏବେ ଏହାକୁ ନେଇ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ କହିଛନ୍ତି ଯେଉଁଠି ପୋଲିସ...

Advertisement
Archives

Model This Week