Posted inଜାତୀୟ

କରୋନା: ବିଦେଶୀଙ୍କୁ ଅରୁଣାଚଳ ମନା

ଥିରୁଭାନନ୍ଥପୁରମ୍‌,୯ା୩(ପି.ଟି.): କେରଳରୁ ଆଉ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦେଶରେ ରୋଗୀସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳର ପଥନାମଥିଟ୍ଟା ଜିଲାରୁ ଚିହ୍ନଟ ୫ ରୋଗୀଙ୍କ ମଧ୍ୟରୁ ୩ ଜଣ ଫେବୃୟାରୀ ୨୯ରେ ଇଟାଲୀରୁ ଫେରିଥିଲେ। ଅନ୍ୟ ଦୁଇଜଣ ସେମାନଙ୍କ ସମ୍ପର୍କୀୟ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି। ୫ ଜଣଙ୍କୁ ପଥନାମଥିଟ୍ଟା ଜେନେରାଲ ହସ୍ପିଟାଲରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଭାରତରେ ପ୍ରଥମ ୩ କରୋନା ରୋଗୀ କେରଳରୁ ଚିହ୍ନଟ ହୋଇଥିଲେ। ସେମାନେ ଚାଇନାର ଉହାନରେ ଡାକ୍ତରୀ ପାଠ ପଢ଼ୁଥିଲେ। ଏବେ ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅରୁଣାଚଳପ୍ରଦେଶ ସରକାର ରାଜ୍ୟରେ ବିଦେଶୀ ପ୍ରବେଶ ଉପରେ ସାମୟିକ ଭାବେ କଟକଣା ଲାଗୁ କରିଛନ୍ତି। ଚାଇନା ସୀମାକୁ ଲାଗିଥିବା ଏହି ରାଜ୍ୟରେ ପ୍ରବେଶ ପାଇଁ ବିଦେଶୀଙ୍କୁ ସୁରକ୍ଷିତ ଅଞ୍ଚଳ ଅନୁମତି (ପିଏପି) ଆବଶ୍ୟକ ପଡ଼ିଥାଏ। ଏବେ ପିଏପି ଇସ୍ୟୁ ବନ୍ଦ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ସ୍ବର ଚାପି ଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨ ନିଲମ୍ବିତ ଏମ୍‌ପିମାନଙ୍କ ସହ ମଙ୍ଗଳବାର ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି...

କଙ୍ଗନାଙ୍କୁ ସମର୍ଥନ କଲେ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ,୧୫ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ କଙ୍ଗନାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି...

ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ରାୟପୁର,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଏଣକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ...

‘ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌ କୋଳାଗ୍ରତ କରନ୍ତୁ’

କୋଲକାତା, ୧୨।୮:ପଶ୍ଚିମବଙ୍ଗର କୋଲକାତା ସହରର ଗଳିରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପାକିସ୍ତାନକୁ ନେଇ ଲୋକଙ୍କ ଧାରଣା ଜାଣିବାକୁ ଜଣେ ଯୁବକ ପୋଷ୍ଟର ଧରି...

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ...

ଫାରୁକ୍‌-ଉମର ନଜରବନ୍ଦ, ମେହବୁବାଙ୍କ ଉପରେ କଟକଣା

ଶ୍ରୀନଗର,୧୪।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନଫରେନ୍ସ୍‌ର ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ନଜରବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।...

ମୋଦି-ଶାହଙ୍କ ମଧ୍ୟରେ ଲାଗିଛି ବିବାଦ; ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ: ଭୂପେଶ ବଘେଲା

ରାୟପୁର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ...

ନଭେମ୍ବର ୧୭ରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ,୧୬।୧୧:ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପର୍ବ ପୂର୍ବରୁ କେନ୍ଦ୍ର ସରକାର କରତାରପୁର କରିଡର ଖୋଲିବାକୁ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

Advertisement


Archives

Model This Week