କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ

ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରନ୍ତି। ଏହା ପରେ ମାସର ଶେଷ ୩ ଦିନ ବାରିପଦା ଛଉପଡ଼ିଆରେ ଅନୁଷ୍ଠିତ ହୋଇଥାଏ ଛଉନୃତ୍ୟର ବାର୍ଷିକ ଉତ୍ସବ ଚୈତ୍ରପର୍ବ। ହେଲେ ବର୍ତ୍ତମାନ ଚୈତ୍ର ମାସ ସରି ଯାଇଥିବା ବେଳେ ଛଉବାଦ୍ୟର ସ୍ବର ଶୁଭିଲାନି କି ନୃତ୍ୟ ଦେଖିବାକୁ ମିଳିଲାନି। ୩ ଦିନ ଧରି ଯେଉଁ ଛଉପଡ଼ିଆ ଜନଗହଳିପୁର୍ଣ୍ଣ ହୋଇଥାଏ, ତାହା ଆଜି ଶୂନଶାନ ହୋଇଯାଇଛି। ରାଜା ରାଜୁଡା ଅମଳରୁ ଏହି ଛଉନୃତ୍ୟ ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ କରୋନା ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଚୈତ୍ରମାସର ଶେଷ ୩ଦିନ ଚୈତ୍ରପର୍ବ ପାଳନ ହେଉଥିବା ବେଳେ ପ୍ରଥମ ଦିନ ଗ୍ରାମାଞ୍ଚଳର ଛଉନୃତ୍ୟଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ା ଶେଷ ୨ଦିନ ବାରିପଦାର ଉତ୍ତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟରେ ସାରାରାତି ଛଉନୃତ୍ୟ ଅନୁଷ୍ଠିତ ହୋଇଥାଏ ା ବାରିପଦା ଛଉନୃତ୍ୟ ଦେଖିବାକୁ କେବଳ ଜିଲାବାସୀ ନୁହଁନ୍ତି ରାଜ୍ୟ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଦି ରାଜ୍ୟରୁ ମଧ୍ୟ ବହୁ ଦର୍ଶକ ଆସିଥାନ୍ତି ା ଏହି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ଉପରେ ଗବେଷଣା କରୁଥିବା ଅନେକ ବହିରାଗତ ଗବେଷକ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ଏହି ଅନନ୍ୟ ସମରକଳା ସାଂସ୍କୃତିକ ଲୋକନୃତ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମାନ କରିଥାନ୍ତି। ଛଉନୃତ୍ୟ ଗୁରୁ ଫରେନ ନାରାୟଣ ଧଡ଼ା କୁହନ୍ତି ଯେ, ରାଜ ରାଜୁଡ଼ା ସମୟରୁ ଚାଲୁ ଆସୁଥିବା ଛଉ ଉତ୍ସବ ଲକ ଡ଼ାଉନ ଯୋଗୁଁ ଚଳିତବର୍ଷ ହୋଇପାରିଲା ନାହିଁ। ବର୍ଷ ସାରା ପିଲାମାନେ ଅଭ୍ୟାସ ଜାରି ରଖିଥିବା ବେଳେ କରୋନା ଯୋଗୁଁ ଏ ବର୍ଷ ଛଉନୃତ୍ୟ ପ୍ରଦର୍ଶିତ ହୋଇପାରିଲା ନାହିଁ। ପାରମ୍ପରିକ ଭାବେ ଆଖଡ଼ା ଘରେ ପୂଜା ବିଧି କରାଯାଉଥିବା ନେଇ ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri