Posted inଖେଳ

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ ଆୟୋଜନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ତେବେ ବିଭିନ୍ନ କ୍ୱାଲିଫାଇଂ ଟୁର୍ନାମେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଥିବାରୁ ଅଲିମ୍ପିକ୍ସ ମଧ୍ୟ ସ୍ଥଗିତ କିମ୍ବା ପରବର୍ତ୍ତୀ କୌଣସି ଏକ ତାରିଖକୁ ଘୁଞ୍ଚତ୍ବା ସମ୍ଭାବନା ରହିଛି। ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ହେବାର କାର୍ଯ୍ୟସୂଚୀ ଥିଲେ ହେଁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଟର୍ଚ୍ଚ ରିଲେ
ଗ୍ରୀସର ଅଲିମ୍ପିଆଠାରେ ଗତ ୧୨ ତାରିଖରେ ପାରମ୍ପରିକ ଅଲିମ୍ପିକ୍‌ ମଶାଲ ପ୍ରଜ୍ୱଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ପ୍ରଥମ ମଶାଲ ବାହକ ଦାୟିତ୍ୱ ତୁଲାଇଥିଲେ ତାରକା ମହିଳା ଶୁଟର ଆନ୍ନା କୋରାକାକି। କରୋନା ଭାଇରସ ସଂକ୍ରମଣ ଯୋଗୁ ୧୯୮୪ ପରେ ପ୍ରଥମଥରପାଇଁ ମଶାଲ ପ୍ରଜ୍ୱଳନ ଉତ୍ସବକୁ ବିନା ଦର୍ଶକରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୧୩ରେ ଗ୍ରୀକ୍‌ ପର୍ଯ୍ୟାୟର ମଶାଲ ରିଲେକୁ ବାତିଲ କରାଯାଇଥିଲା। ଏହାପରେ ୧୯ ତାରିଖରେ ମଶାଲ ହସ୍ତାନ୍ତର ପ୍ରକ୍ରିୟା ଏଥେନ୍ସର ପାନାଥେନାକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ମଶାଲ ଏବେ ଜାପାନରେ ପହଞ୍ଚତ୍ ସାରିଥିଲେ ହେଁ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୋଗ୍ୟତା ପର୍ଯ୍ୟାୟ
କରୋନା ସଂକ୍ରମଣକୁ ଦୃଷ୍ଟିରେ ଅନେକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟକୁ ସ୍ଥଗିତ ରଖା ଯାଇଛି କିମ୍ବା ବାତିଲ କରାଯାଇଛି।
ଆର୍ଚେରୀ
୨୦୨୦ ମାର୍ଚ୍ଚ ୧୬ରେ ବିଶ୍ୱ ଆର୍ଚେରୀ ଫେଡେରେଶନ ପକ୍ଷରୁ ୨ଟି ମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟକୁ ବାତିଲ କରାଯାଇଥିଲା। ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ ମେକ୍ସିକୋର ମୋଣ୍ଟେରେଠାରେ ମାର୍ଚ୍ଚ ୨୩ରୁ ୨୯ ଓ ଓସେନିଆ ଚାମ୍ପିୟନଶିପ୍‌ ଏପ୍ରିଲ ୫ରୁ୯ ଫିଜିରେ ହେବାର ଥିଲା। ମାତ୍ର ବିଶ୍ୱ ଆର୍ଚେରୀ ଫେଡେରେଶନ ଏପ୍ରିଲ ଶେଷ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ନ କରାଇବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚିନ୍ତା ବଢ଼ାଇଲା ଆହତ ସମସ୍ୟା: ବ୍ରିସ୍‌ବେନ୍‌ ଟେଷ୍ଟରୁ ବୁମ୍‌ରା ଆଉଟ୍‌

ସିଡ୍‌ନୀ,୧୩।୧(ପି.ଟି.): ଖେଳାଳିଙ୍କ ଆହତ ସମସ୍ୟା ଭାରତୀୟ କ୍ରିକେଟ ଦଳର ସମସ୍ୟା ବଢ଼ାଇବାରେ ଲାଗିଛି। ମଙ୍ଗଳବାର ଭାରତକୁ ଆଉଏକ ଜବରଦସ୍ତ ଝଟ୍‌କା ଲାଗିଛି। ତାରକା ଦ୍ରୁତ ବୋଲର...

କାହିଁକି ପଡିଆରେ ଡ୍ୟାନ୍ସ କରନ୍ତି, ରାଜ୍‌ ଖୋଲିଲେ କୋହଲି

ଗୁୟାନା, ୧୩।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଡିଆରେ ବେଳେବେଳେ ଡ୍ୟାନ୍ସ କରୁଥିବାର ଦେଖାଯାଏ। ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ସେ...

ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍‌ ଷ୍ଟାର; ଫଟୋ ଶେୟାର କରି..

ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...

ବ୍ରେଟ୍‌ ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ଲିଷ୍ଟରେ ବୁମ୍‌ରା

ମେଲବୋର୍ନ, ୨୩।୫(ପି.ଟି.)- ଚଳିତ ମାସ ୩୦ରୁ ବ୍ରିଟେନରେ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ପ୍ରାକ୍ତନ ଅଷ୍ଟ୍ରେଲୀୟ ମହାନ ବୋଲର ବ୍ରେଟ୍‌...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ ବିଜୟୀ

ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି...

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ...

ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌

ତ୍ରିନିଦାଦ,୨୯।୭: ଭାରତ ବିପକ୍ଷ ଟି୨୦ ସିରିଜ୍‌ ଶୁକ୍ରବାର ଆରମ୍ଭ ହେବ। ଜୁଲାଇ ୨୯ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ତେବେ ସିରିଜ...

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି...

Advertisement
Archives

Model This Week