କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା ମହାମାରୀ ସଂକ୍ରମଣକୁ ୧୩୧ ଦିନ ବିତିଛି। ତେବେ ବି ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ୮୦ଟି ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ୧୨୦ଟି ସମ୍ଭାବ୍ୟ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ପରୀକ୍ଷଣ ଅବ୍ୟାହତ ରହିଛି। ଭାରତ, ଜର୍ମାନୀ ଏବଂ ଆମେରିକାର ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଏନେଇ ମିଳିତ ଭାବେ ଗବେଷଣା କରାଯାଉଛିି। ବର୍ତ୍ତମୋନ ସୁଦ୍ଧା ୬ଟି ଦେଶ ପ୍ରତିଷେଧକ ଟୀକା ପ୍ରସ୍ତୁତି କରିଥିବା ନେଇ ଦାବି ମଧ୍ୟ କରିଛନ୍ତି। ପ୍ରଥମେ ମାର୍ଚ୍ଚ ୪ରେ ଚାଇନା ଏଭଳି ଦାବି କରିଥିଲା। ଏହାପରେ ମାର୍ଚ୍ଚ ୨୪ରେ ଆମେରିକା, ୨୧ ଏପ୍ରିଲ୍‌ରେ ବ୍ରିଟେନ୍‌, ମେ ୫ରେ ଇସ୍ରାଏଲ୍‌, ମେ ୬ରେ ଇଟାଲି ଏବଂ ନେଦରଲାଣ୍ଡ ମେ ୭ରେ ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ସଫଳତା ପାଇଥିବା ଦାବି କରିଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଏପର୍ଯ୍ୟନ୍ତ କରୋନାକୁ ପରାସ୍ତ କରିବାରେ କୌଣସି ଦେଶ ସକ୍ଷମ ହୋଇ ପାରି ନ ଥିବା କୁହାଯାଉଛି। ତେଣୁ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ

ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡ଼ଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି...

ରାଜ୍ୟରେ ଆଜି ୩୭୨ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରବିବାର ରାଜ୍ୟରେ ୩୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୨୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମାଲାଲାଙ୍କୁ ଧମକ ଦେଇ ପାକ୍‌ ମୌଲବୀ ଗିରଫ

ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍‌ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶ ମରଓ୍ବାତ ଜିଲାର...

ମାସ୍କ ନ ପିନ୍ଧି ୬୦ଜଣ ଦେଲେ ଜରିମାନା

କୋଣାର୍କ,୪।୫(ଡି.ଏନ.ଏ.): କରୋନା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ଅବମାନନା କରିଥିବାରୁ ସୋମବାର କୋଣାର୍କର ୬୦ଜଣଙ୍କ ଜରିମାନା ଦେଇଛନ୍ତି। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳ,...

କରୋନା ସମୟରେ ସଜନା ଶାଗର ଉପକାରିତା, ଏଥିରେ ରହିଛି…

ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍‌ ରହିଛି। ଗାଜରଠାରୁ...

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି।...

ବ୍ରିଟେନ୍‌ ଲୋକେ ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…

ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ...

ଏକଦା ପ୍ରେମିକାଙ୍କୁ ଚେନ୍‌ରେ ବାନ୍ଧି ବୁଲାଉଥିଲେ ଏହି ବ୍ୟକ୍ତି: ଏବେ ୬ ପ୍ରେମିକା ଏକା ସାଙ୍ଗରେ ଗର୍ଭବତୀକୁ ନେଇ ଚର୍ଚ୍ଚାରେ

ନାଇଜେରିଆର ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଟିରେ ୬ ଗର୍ଭବତୀଙ୍କ ସହ ଏକତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଗର୍ଭବତୀ ମହିଳା ଏକାପରି ପୋଷାକ ପିନ୍ଧିଥିଲେ। ହେଲେ ଆଶ୍ଚର୍ଯ୍ୟର...

Advertisement
Archives

Model This Week