କରୋନା ପ୍ରତିରୋଧ ଲାଗି ପୁରୁଷୋତ୍ତମପୁରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ, ଏନ୍‌ଏସି ପକ୍ଷରୁ ମାସ୍କ, ହ୍ୟାଣ୍ଡ ୱାସ୍‌ ବଣ୍ଟନ

ପୁରୁଷୋତ୍ତମପୁର, ୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିିଲା ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ବର ରାଓଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ପୁରୁଷୋତ୍ତମପୁର ଅଗ୍ନିଶମ କର୍ମଚାରୀ ହାଇପ୍ରୋକ୍ଲୋରାଇଲ କେମିକାଲକୁ ସହରର ବିଭିନ୍ନ ରାସ୍ତା ଘାଟ, ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ଆଦି ସ୍ଥାନରେ ଛିଞ୍ଚନ କରୁଛନ୍ତି। ଏହାସହ ଲୋକଙ୍କୁ ଏନ୍‌ଏସି ପକ୍ଷରୁ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ୱାସ୍‌, ଗ୍ଳୋବ୍‌ସ ଆଦି ବଣ୍ଟନ କରାଯାଇଛି। ଛତ୍ରପୁର ଉପ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ବାହାରକୁ କେହି ନ ବାହାରି ନିଜ ଘରେ ରହି ସାମାଜିକ ଦୂରତା ବଜାୟ ରଖିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି। ଏଥିରେ ପୁରୁଷୋତ୍ତମପୁର ଥାନା ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସମେତ ପୋଲିସ ଫୋର୍ସ, ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୩ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ...

ଟ୍ରେଲରକୁ ପଛରୁ ପିଟିଲା ବସ୍‌ : କ୍ୟାବିନ୍‌ ଭାଙ୍ଗି ପଳାଇଲା ପାଇପ୍‌

ଚୌଦାର,୨୮।୧(ଡି.ଏନ୍‌.ଏ.): କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରୁ ବସ୍‌ ପିଟିଛି। ମାତୃକରୁଣା ନାମକ ଏକ...

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ୪୪୫

ନୂଆଦିଲ୍ଲୀ,୨୨।୬: ଦେଶରେ ସୋମବାର ପୁଣି ନୂଆ ୧୪,୮୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କରୋନା ଜନିତ ସର୍ବାଧିକ ୪୪୫ଜଣଙ୍କ ମୃତ୍ୟୁ...

ଗଡ଼ସନ୍ତ୍ରୀ, ତୁଳସୀପାଳ ଉତ୍ସବମୁଖର

ବଅଁରପାଳ,୭।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ସୋମବାରଠାରୁ ଆରମ୍ଭ ହୋଇଛି।...

କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୮ା୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ...

ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌...

ପୂର୍ବାଞ୍ଚଳ ଆଇଜିଙ୍କ ସମୀକ୍ଷା: ମାସକ ମଧ୍ୟରେ ବିଦା ହେବେ ବିଶୃଙ୍ଖଳିତ ପୋଲିସ ଅଧିକାରୀ

ବାରିପଦା ଅଫିସ,୨୬ା୧୦- ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ...

Advertisement
Archives

Model This Week