କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ସେ କହିଛନ୍ତି ‘୮୩’ କେବଳ ତାଙ୍କର ଫିଲ୍ମ ନୁହେଁ ଏହା ଦେଶର ଫିଲ୍ମ। ତେଣୁ ଦେଶର ସ୍ବାସ୍ଥ୍ୟ ଓ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଦଳ ୧୯୮୩ରେ ଜିତିଥିବା ବିଶ୍ୱକପକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। ସେତେବେଳେ କପିଲ ଦେବ କ୍ୟାପଟେନ ଥିବା ବେଳେ ରଣବୀର ସିଂ କପିଳ ଦେବଙ୍କ ଚରିତ୍ରରେ ଏହି ଫିଲ୍ମରେ ନଜର ଆସୁଛନ୍ତି। ଦୀପିକା କପିଳ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇସାରିଛି। ଏବେ କରୋନା ଭାଇରସର ପ୍ରଭାବକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ସିନେମା ହଲ୍‌ ବନ୍ଦ କରଯାଇଥିବାରୁ ଏବେ କୌଣସି ଫିଲ୍ମ ରିଲିଜ୍‌ କରାଯାଉ ନାହିଁ। ମାର୍ଚ୍ଚ ୨୪ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ରିଲିଜ୍‌ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’

ମୁମ୍ବାଇ: ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍‌ରେ...

ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା

ମୁମ୍ବାଇ,୨୩।୧: ବଲିଉଡ୍‌ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ...

ହରିୟାଣା ଲୋକଙ୍କୁ ଘରେ ରହିବାକୁ ରାଜି କରାଇବେ ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ

ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ ଘରେ ରହିବା ପାଇଁ ମନାଇବେ ବଲିଉଡ୍‌ ଅଭିିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ...

‘ମଲଙ୍ଗ’ର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌: ପରଦାରେ ଦିଶା-ଆଦିତ୍ୟଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଅପ୍‌ କମିଂ ଫିଲ୍ମ ‘ମଲଙ୍ଗ’ର ଟାଇଟଲ ଟ୍ରାକ୍‌ ଗୁରୁବାର ରିଲିଜ୍‌ ହୋଇଛି।...

ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି...

ନବମ ଶ୍ରେଣୀରେ ଫେଲ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଲିଆଙ୍କ ପରେ ଏବେ କିଆରାଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିବା ସିର୍ଦ୍ଧାର୍ଥ ମଲହୋତ୍ରା ଏବେ ଆଗଧାଡ଼ିର ନାୟକଙ୍କ ମଧ୍ୟରୁ ଜଣେ। ନିଜର ଲୁକ୍‌...

ତୃତୀୟ ଥର ଲାଗି ଆର୍ମୀ ଅଫିସର ଭୂମିକାରେ ବିକ୍କି

ମୁମ୍ବାଇ: ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌, ‘ରାଜି’, ‘ମଶାନ୍‌’ ପରି ହିଟ୍‌ ଚଳଚ୍ଚିତ୍ର ଦେବା ପରେ ଏବେ ଅଭିନେତା ବିକ୍କି କୌଶଲଙ୍କ ନିକଟରେ ପ୍ରଯୋଜକଙ୍କ ଲମ୍ବା...

ନୋରାଙ୍କ ଫଟୋ ଉପରୁ ହଟୁନାହିଁ ପ୍ରଶଂସକଙ୍କ ନଜର

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହିଙ୍କ କିଛି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ କିନ୍ତୁ ତାଙ୍କର କିଛି ଫଟୋ ସୋସିଆଲ...

Play 250+ Trending Games
Archives

Model This Week

Why Dharitri