କରୋନା: ଜନ ସହାୟତା କେନ୍ଦ୍ର ଆରମ୍ଭ, ଜାରି ହେଲା ଟୋଲ୍‌ ଫ୍ରି ନମ୍ବର ୮୮୮୦୫୯୨୫୯୨

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ମୁକାବିଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି। ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଙ୍ଗଠନଗୁଡିକ ମିଳିତ ଭାବେ ଏକ ଜନସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଃଶୁଳ୍କ ନଂ. ୮୮୮୦୫୯୨୫୯୨ ଜାରି କରିଛନ୍ତି। ଏହି ନମ୍ବରକୁ ଜନସାଧାରଣ ପ୍ରତ୍ୟେକ ଦିନ ସକାଳ ୧୦ରୁ ସନ୍ଧ୍ୟା ୫ ମଧ୍ୟରେ ଫୋନ୍‌ କରି କରୋନା ସମ୍ପର୍କିତ ତଥ୍ୟ ଓ ପରାମର୍ଶ ପାଇବେ ବୋଲି ଶନିବାର ସିଓ୍ବାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି। ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଉକ୍ତ ନମ୍ବରକୁ ଫୋନ କରି ଜନସାଧାରଣ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ କରିପାରିବେ। ସିୱାଇଏସ୍‌ଡି ନିଜ ସହଯୋଗୀ ଅନୁଷ୍ଠାନ ହ୍ୟୁମାନ୍‌ କନ୍‌ଟେକସ୍ଟ, ହେଲ୍‌ଥ ବୁଟ୍‌ ଓ ଆଇନା ଦ୍ୱାରା ଏହାକୁ ପରିଚାଳନା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri