ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି: ରଥଯାତ୍ରା ନେଇ ସରକାର ତୁରନ୍ତ ନିଷ୍ପତ୍ତି ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରଥଯାତ୍ରା ସହ ଓଡ଼ିଆଙ୍କ ଭାବଗତ ସମ୍ପର୍କ ରହିଛି। ବହୁ ପ୍ରାଚୀନ କାଳରୁ ଏହି ପରମ୍ପରା ଚଳି ଆସୁଛି। ହେଲେ ବର୍ତ୍ତମାନ କରୋନା ମୁକାବିଲା ଜାରି ରହିଛି। କେତେକ ଗଣମାଧ୍ୟମ ରିପୋର୍ଟରେ ରଥଯାତ୍ରା ସମ୍ପର୍କିତ ଅନିଶ୍ଚିତତା ନେଇ ଖବର ପ୍ରକାଶ ପାଉଛି। ଏହି ରିପୋର୍ଟ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆନ୍ଦୋଳିତ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏଥିସହିତ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଏଥିରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଚଳିତ ବର୍ଷ ଜୁନ୍‌ ୨୩ରେ ଘୋଷଯାତ୍ରା ପଡୁଅଛି। ଏଥିରେ ବହୁ ସଂଖ୍ୟାକ ଲୋକ ଭାଗ ନେଇଥାନ୍ତି। ବର୍ତ୍ତମାନ କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି। ତେଣୁ ପ୍ରଶାସନ ଏହି ବିଶେଷ ପରିସ୍ଥିତିରେ ସର୍ବନିମ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାତ୍ରା ସମ୍ପନ୍ନ କରିବାକୁ ପ୍ରତାପ ପ୍ରସ୍ତାବ ଦେଇଛନ୍ତି। ସେହିପରି ରଥଯାତ୍ରା ସମ୍ପର୍କିତ ଜନସାଧାରଣରେ ସୃଷ୍ଟି ହୋଇଥିବା ଗୁଜବକୁ ପ୍ରତିହତ କରାଯାଉ। ତୁରନ୍ତ ପୁରୀସ୍ଥିତ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ସମ୍ପର୍କିତ ସବିଶେଷ ନିଷ୍ପତ୍ତି ଗ୍ରହଣ ପୂର୍ବରୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି ଦିବ୍ୟସିଂହଦେବ, ମୁକ୍ତିମଣ୍ଡପ ବିଜ୍ଞମଣ୍ଡଳୀ, ଦଇତାପତି ଏବଂ ମନ୍ଦିର ସେବକଙ୍କ ପରାମର୍ଶ ନେବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri