କରୋନା ଛଡ଼ାଇନେଲା ସବୁ, ପଢ଼ିବା, ଚଳିବା କଷ୍ଟ

ପୋଲସରା,୧୨ା୫(ଡି.ଏନ.ଏ.)-ସାରା ବିଶ୍ୱକୁ ଗ୍ରାସିଛି କରୋନା। ଏଥିରେ ଗଲାଣି ୨ ଲକ୍ଷରୁ ଊର୍ଦ୍ଧ୍ୱ ଜୀବନ। କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ରହିଛି। ଏହା ସତ୍ତ୍ବେ ଗଞ୍ଜାମ ଜିଲାରେ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କୋହଭରା କଣ୍ଠରେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ମୃତକଙ୍କ ସ୍ତ୍ରୀ ଓ ଝିଅ। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲା ପୋଲସରା ଥାନା ଢ଼ୁଙ୍କାପଡ଼ା ସଂଗରୋଧ ଗୃହରେ। ଶୁକ୍ରବାର ସୁରଟ ଫେରନ୍ତା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପ୍ରଶାସନ ପକ୍ଷରୁ ମୃତଦେହ ନିକଟକୁ କେହି ଯାଇ ନ ଥିଲେ କି ପରିବାର ଲୋକଙ୍କୁ ଛାଡ଼ି ନ ଥିଲେ। ଯେହେତୁ କରୋନା ଭୟ ରହିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ ସହ ୪ ଝିଅ ଓ ବୁଢ଼ୀ ମା’। ବାପା ଥିଲେ ରୋଜଗାର କରି ଦେଉଥିଲେ। ପାଠ ପଢ଼ୁଥିଲୁ, ନୂଆ ଡ୍ରେସ ପିନ୍ଧୁଥିଲୁ, ଖାଉଥିଲୁ। କରୋନା ନେଇଗଲା ବାପାଙ୍କୁ ଆମେ ବର୍ତ୍ତମାନ ଅସହାୟ। କେମିତି ଚଳିବୁ, ପଢ଼ିବୁ, ଖାଇବାକୁ ଦେବ କିଏ। ଏହିଭଳି କାନ୍ଦି କାନ୍ଦି କୋହଭରା କଣ୍ଠରେ କହିଛନ୍ତି ମୃତକଙ୍କ ୧୦ ବର୍ଷର ବଡ଼ ଝିଅ। ମୃତ୍ୟୁର ୪ ଦିନ ବିତିଲାଣି, ତଥାପି ଅସହାୟ ପରିବାରକୁ ସରକାରଙ୍କ ତରଫରୁ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ ବୋଲି କହିଥିଲେ ମଧୁପଲ୍ଲୀ ସରପଞ୍ଚ ପ୍ରତିନିଧି ବସନ୍ତ କରଣ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୬.୭୪ ଲକ୍ଷ

ପାଟପୁର,୨୯ା୪- ସାନଖେମୁଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମେତ ଶିକ୍ଷା ସହାୟକ, ଗଣଶିକ୍ଷକ କନିଷ୍ଠ ବର୍ଗ ଶିକ୍ଷକମାନେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି...

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌

ବ୍ରହ୍ମପୁର ଅଫିସ,୧୫/୮- ମୋହଡା ନିକଟ ନରସିଙ୍ଗପୁର ଗ୍ରାମରେ ଥିବା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଏଲ. ଶୋଭନାଙ୍କୁ ଗୁରୁବାର ଦୁର୍ବୃତ୍ତମାନେ ଅକ୍ରମଣ କରି ସୁନା ଅଳଙ୍କାର ଲୁଟି...

ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି।...

ଘୁଞ୍ଚିଲା ଓଜେଇଇ ପରୀକ୍ଷା: ଲକ୍‌ଡାଉଡ୍‌ ପରେ ଘୋଷଣା ହେବ ତାରିଖ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏଗ୍‌ଜାମିନେଶନ (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଜବରଦଖଲ ଉଚ୍ଛେଦ ବେଳେ ଉଦ୍ଧାର ହେଲା ମା’ ମଙ୍ଗଳାଙ୍କ ପ୍ରତିମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୧୫।୧୨(ଡି.ଏନ.ଏ.)- ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ହାଟ ପାଖକୁ ଥିବା ତାରିଣୀ ମନ୍ଦିର ମିଳିତ ଉଚ୍ଛେଦ ଟିମ୍‌ ଭାଙ୍ଗିବା ସମୟରେ ଶୁକ୍ରବାର ସେଠାରୁ ମା’...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ,ଭିତ୍ତିଭୂମି ପରଖିବା ପରେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ତାର ଉଚିତ୍‌ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉନି। ବିଶ୍ୱବିଦ୍ୟାଳୟର ବିକାଶରେ ସେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *